ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅପମାନ ଶୁଭେଚ୍ଛା

0

(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଆଜି ଛାତ୍ର କଂଗ୍ରେସ ତରଫରୁ ଲୋକସେବା ଭବନ ଅଭିମୁଖେ ଏକ ରାଲି କଂଗ୍ରେସ ଭବନରୁ ବାହାରି ଲୋୟର ପିଏମଜି ଦେଇ ଯାଉଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଛାତ୍ର କଂଗ୍ରେସ ଲୋକସେବା ଭବନ ଯାଇ ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାଗୁଡିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପମାନର ଶୁଭେଚ୍ଛା ଜଣାଇବା ପାଇଁ ଯାଉଥିଲେ । ଅଧାବାଟରୁ ପୋଲିସ ତାଙ୍କୁ ଗିରଫ କରି ନେଇ ବିଶାଳ ଶୋଭାଯାତ୍ରାକୁ ଭଣ୍ଡୁରୁ କରିଛି । ଅଣ୍ଡାମାଡ ଓ ଟମୋଟ ମାଡ ପରେ ମଧ୍ୟ ସରକାରଙ୍କର କୌଣସି ଫରକ ନ ପଡିଥିବାରୁ ଏଥର ଫୁଲ ଦେଇ ସରକାରଙ୍କୁ ତାଙ୍କ ଭୁଲ ଅବଗତ କରିବା ପାଇଁ ଚେଷ୍ଟା କରାଯାଉଥିଲା ।