ମୁଖ୍ୟମନ୍ତ୍ରୀଙ୍କ ନାମରେ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗ

0

(ସରୋଜ କୁମାର ରାଉତ): କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଆଜି କ୍ୟାପିଟାଲ ଥାନାରେ ନବନିର୍ମାଣ କୃଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ଅଭିଯୋଗ ହୋଇଛି । ଏପ୍ରିଲ ୧ ତାରିଖରେ ବନ୍ଦେ ଉକ୍ରଳ ଜନନୀ ସାରା ରାଜ୍ୟରେ ବୋଲାଇ କୋଭିଡ ସମୟରେ ଲୋକମାନଙ୍କୁ ଏକାଠି କରି ସରକାର କୋଭିଡ ନିୟମ ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ସଂଘର ସଂଯୋଜକ ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ପୁରସ୍କାର ମିଳିଥିବା ବେଳେ ସେ ଆଇନ ଉଲ୍ଲଙ୍ଘନ କରି ଥିବାରୁ ସାଧାରଣ ଲୋକଙ୍କ ପରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସଂଘ ଦାବି କରିଛି ।