(ଚିତରଞ୍ଜନ ସାହୁ ) : ମୃତ ଦେହ ଉଦ୍ଧାର । ବରଗଡ ଜିଲ୍ଲା ପଦ୍ମପୁର ଭେଉଁରିଆ ଗ୍ରାମକୁ ଯିବା ରାସ୍ତା କଡ ଠାରୁ ପ୍ରାୟ ୩୦୦ ମିଟର ଭିତରୁ ଏକ ଗଛରେ ଯୁବତିଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି ।
ମିଳିଥିବାସୂଚନାଅନୁଯାୟୀ , କିଛି ଲୋକେ ଭୋରୁ କ୍ଷେତକୁ ଯାଉଥିବାବେଳେ ଉକ୍ତ ଯୁବତିଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହି ଘଟଣା ସମ୍ପକରେ ଲେକମାନେ ପଦ୍ମପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଚିଛି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମଟମ ପାଇଁ ପଠାଇଥିଲେ । ପୋଲିସ ତଦନ୍ତରୁ ଜଣାପଡିଛି ଯେ , ମୃତ ଯୁବତୀ ଜଣକ ବୁଧାପାଲି ଗ୍ରାମର ବିକ୍ରମ ଲୁହାରଙ୍କ ଝିଅ ମମତା ଲୁହାର । ଏହି ଘଟଣାଟ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଛି ।
previous post
next post