ମୃତ୍ୟ ମୁଖରୁ ଯୁବକଙ୍କୁ ବଞ୍ଚାଇଲା ଛତ୍ରପୁର ପୋଲିସ

0

(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତି ନଗର ଅଂଚଳର ଏକ ଘରୁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଏକ ଯୁବକଙ୍କୁ ଛତ୍ରପୁର ପୋଲିସ ମୃତ୍ୟୁ ମୁଖରୁ ବଞ୍ଚାଇଛନ୍ତି କ୍ଷ ପୋଲିସ କହିବା ଅନୁଯାୟୀ ଉକ୍ତ ଯୁବକ ଜଣଙ୍କ କୌଣସି କାରଣ ନେଇ ଘର ଭିତରେ ଆତ୍ମହତ୍ୟା ଉଦ୍ୟମ କରୁଥିବା କୌଣସି ସୂତ୍ରରୁ ଖବର ପାଇ ଛତ୍ରପୁର ପୋଲିସ ଟିମ ଘଟଣା ସ୍ଥଳରେ ପହଂଚିଥିଲେ । ଘରର କବାଟ ଭାଙ୍ଗି ଉକ୍ତ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତି କରିଥିଲେ କ୍ଷ ମେଡିକାଲରେ ଯୁବକଙ୍କ ଅବସ୍ଥା ସୁସ୍ଥ ରହିଥିବା ଜଣା ପଡିଛି କ୍ଷ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ନିର୍ଦେଶ କ୍ରମେ ଛତ୍ରପୁର ଥାନାରେ ସବ ଇନସିପେକ୍ଟର ବିଶ୍ୱମ୍ବର କଅଁର, ସତ୍ୟଜିତ ବେନିଆ ଓ ସିଲୁ ଧଳଙ୍କ ସମେତ ବହୁ ଯୁବକ ସାମିଲ ହୋଇ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ କ୍ଷ ଛତ୍ରପୁର ପୋଲିସର ଏଭଳି କାର୍ୟ୍ୟ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି କ୍ଷ