Reporters Today
  • Home
  • ରାଜନୀତି
  • ମେଟ୍ରୋ ମ୍ୟାନଙ୍କୁ କେରଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକଲା ବିଜେପି
ରାଜନୀତି

ମେଟ୍ରୋ ମ୍ୟାନଙ୍କୁ କେରଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକଲା ବିଜେପି

ତିରୁବନନ୍ତପୁରମ: କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପି ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମେଟ୍ରୋ ମ୍ୟାନ୍ ଖ୍ୟାତି ଅର୍ଜନ କରିଥିବା ଇ ଶ୍ରୀଧରନଙ୍କ ନାମ ଘୋଷଣା କରିଛି । ବିଜେପିର ରାଜ୍ୟ ମୁଖ୍ୟ କେ ସୁରେନ୍ଦ୍ରନ ସର୍ବସମ୍ମୁଖରେ ଏହି ଘୋଷଣା କରିଛନ୍ତି। ଶ୍ରୀଧରନ ଦିଲ୍ଲୀ ମେଟ୍ରୋର ନକ୍ସା ପ୍ରସ୍ତୁତ କରି ସାରା ଦେଶରେ ମେଟ୍ରୋ ମ୍ୟାନ ଭାବେ ପରିଚିତ ହୋଇଥିଲେ ।
ଫେବୃଆରୀ ୨୫ରେ ବିଧିବଦ୍ଧ ଭାବେ ବିଜେପିରେ ମିଶିଥିଲେ ୮୮ ବର୍ଷୀୟ ଶ୍ରୀଧରନ । କେରଳରେ ବିଜେପି ଗଠନ କରିଥିବା ୧୬ ଜଣିଆ ନିର୍ବାଚନ କମିଟିର ସଦସ୍ୟ ହୋଇଛନ୍ତି। ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭା ପାଇଁ ଏପ୍ରିଲ ୬ରେ ଭୋଟିଂ ହେବ। ୨୦୨୧ ବିଧାନସଭା ନିର୍ବାଚନ ପାଇଁ ବୁଥ ସଂଖ୍ୟା ୨୧,୪୯୮ରୁ ୪୦,୭୭୧ କରାଯାଇଛି। ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କେରଳର ୧୪ତମ ବିଧାନସଭାର କାର୍ୟ୍ୟକାଳ ୨୦୨୧ ଜୁନ୍ ୧ରେ ଶେଷ ହେବ।
ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକେଟ୍ ଦେବନାହିଁ ବୋଲି କହିଥିଲା। ଏଥିପାଇଁ ଦୁଇ ବରିଷ୍ଠ ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ନିର୍ବାଚନ ଲଢ଼ି ନଥିଲେ। ହେଲେ କେରଳ ବିଧାନସଭା ନିର୍ବାଚନରେ ଦଳ ନିଜର ନିଷ୍ପତ୍ତି ବଦଳାଇଛି।

Related posts

କଂଗ୍ରେସ ଗଣତନ୍ତ୍ରରେ ନୁହେଁ ମ୍ୟାନେଜମେଣ୍ଟରେ ବିଶ୍ୱାସ କରେ: ବିଜେପି

Report

ଏକ୍ସ ମିନିଷ୍ଟର ପିଏଙ୍କ ରାଜ

Report

ବାଲେଶ୍ୱର ପ୍ରଚାର ବେଳେ ସାଂସଦ ସେକିଲେ ରୁଟି, କିଣିଲେ ଦାନ୍ତକାଠି

Report

Leave a Comment