ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ କୁସୁମୀ ଗ୍ରାମରେ ଗତକାଲି ରାତି ରେ ଘଟଯାଇଛି ଏକ ଅଭାବନିୟ ଘଟଣା। ଗତକାଲି ରାତି ରେ କୁସୁମୀ ଗ୍ରାମରେ ଜଣେ ଯୁବକଙ୍କୁ କୁରାଢ଼ିରେ ହାଣି ନିର୍ମମହତ୍ୟା କରିଥିବା ଜଣାପଡିଛି। ରାସ୍ତା ମଝିରେ ମୃତ ଦେହ ପଡିଥିବାର ଦେଖି ବାକୁ ମିଳିଥିଲା। ବାଦାମପାହାଡ ଥାନା ଅନ୍ତର୍ଗତ କୁସୁମୀ ଗ୍ରାମରେ ଗତ କାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତକ ଜଣକ କୁସୁମୀ ଗ୍ରାମର ମାଝୀ ସାହିର ନାଥ ନାୟକ ବୋଲି ଜଣାପଡି। ଏ ନେଇ ଖବର ପାଇ ବାଦାମପାହାଡ ପୋଲିସ ଓ ସାଇଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଦେହ ନିକଟରେ ଏକ ରକ୍ତ ଲଗା କୁରାଢି ଜବତ କରିଛି ବାଦାମପାହାଡ ପୋଲିସ୍। ତେବେ କିଏ ଓ କଣ ପାଇଁ ଯୁବକଙ୍କୁ ହତ୍ୟା କଲା ସେ ନେଇ ବାଦାମପାହାଡ ପୋଲିସ୍ ତଦନ୍ତ ଜାରି ରଖିଛି ପୋଲିସ୍।