(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ସରକାର ମାନିଛନ୍ତି ଆର୍ଥିକ ସ୍ଥିତି ଭଲ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡକୁ ନେଇ ଆଳ ଦେଖାଉଛନ୍ତି। ୨୦ ୧୯- ୨୦ ଅଭିବୃଦ୍ଧି ହାର କମିଛି ବୋଲି ମାନିଥିଲେ ସରକାର। ବେକାରୀ ସମମସ୍ୟା ବଢୁଛି। ଆୟ କାମୁଚୁ ସେଥିପାଇଁ ଋଣ ଉପରେ ନିର୍ଭରଶୀଳ। ଦୁରଦୃଷ୍ଟି ଅଭାବ ଯୋଗୁଁ ଆର୍ଥିକ ଅବସ୍ଥା ଏପରି ହୋଇଛି। ସରକାରଙ୍କ ଶୃଙ୍ଖଳା କେବଳ ଧର୍ମକୁ ଆଖିଠାର। ବର୍ଷକ ତଳେ କଟକଣା କରିଥିଲେ ଏପରି ଦୁର୍ଦ୍ଦଶା ହୋଇନଥାନ୍ତା। ତିନୋଟି ଦାବି କରିଛି କଂଗ୍ରେସ।
୧-୫ ବର୍ଷ ଧରି ଖାଲି ପଡିଥିବା ପୋଷ୍ଟ ବନ୍ଦ କରିବା ନିଷ୍ପତିକୁ ପ୍ରତ୍ୟାହାର କରନ୍ତୁ ସରକାର
୨- ବିରୋଧୀ ଦଳକୁ ଡାକି ଆଲୋଚନା କରନ୍ତୁ
୩- କଣ୍ଟ୍ରାକ୍ଟ ଚୁଆଲ ଚାକିଆରିଆକୁ ସମାନ କାମକୁ ସମାନ ଦରମା ଦେବାକୁ ଦାବି କରୁଛି କଂଗ୍ରେସ। ଦାବି କରିଛନ୍ତି ପଞ୍ଚାନନ କାନୁନଗୋ
୨୦୧୩ ମସିହାରୁ୫୦ହଜାର ଯୁବକକୁ କଣ୍ଟ୍ରାକ୍ଟଚୁଆଲ ରଖିଛନ୍ତି ସରକାର। ଏହି ଠିକାଭିତିକ ନିଯୁକ୍ତିରେ ଅଛନ୍ତି ପୋଲିସ, ନର୍ସ। ସେମାନଙ୍କୁ ଦରମା ମାତ୍ର ଦେଉଛନ୍ତି ୮,୫୦୦ ଟଙ୍କା। ଆଜି ସମାନ ଦରମା ଦେବାକୁ ଦାବି କଲେ ନାଲି ଦେଖାଉଛନ୍ତି ସରକାର। ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି ସମାନ କାମକୁ ସମାନ ଦରମା ଦିଅ। କିନ୍ତୁ ରାଜ୍ୟସରକାର ଦରମା ନ ଦେଇ ଗୋତି ଶ୍ରମିକ ଭାବେ ଖଟାଉଛନ୍ତି। ଯୁବ ସମାଜ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ।