(ଓମ୍ ପ୍ରକାଶ ମିଶ୍ର /ସୋନପୁର): ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ୩୯ତମ ଜନ୍ମଦିନ ଅବସରରେ ଆଜି ସୁବର୍ଣ୍ଣପୁରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶା ଏମଏସଡିଆଇଏଏନଏସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ୩୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଦିନେଶ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ଦୁର୍ଗାଦତ୍ତ ଦାଶ ଓ ଟେକ୍ନିସିଆନ୍ ସହକର୍ମିମାନେ ସ୍ବେଚ୍ଛାସେବୀଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ । ଏହି ଅବସରରେ ଭାରତ ଚୀନ ସୀମାରେ ଗଲୱାନାଠାରେ ସହୀଦ ହୋଇଥିବା ୨୦ ଜଣ ବୀର ଯବାନଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସଂଗୃହୀତ ୩୯ ୟୁନିଟ ରକ୍ତକୁ ଜିଲ୍ଲାର ଅସହାୟ ଓ ଗରିବ ରୋଗୀଙ୍କୁ ଦେବାକୁ ବ୍ୟବସ୍ଥା ହୋଇଛି ।