ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଛି । ଆଜି ୪ ଜଣ ମୃତକ ଗଞ୍ଜାମ ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା । ଏହାପରେ ଗଞ୍ଜାମ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୩୪ ହୋଇଛି ।
ଆଜି ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ୪୧ ବର୍ଷୀୟ ବ୍ୟକ୍ତି ଏବଂ ଅନ୍ୟ ଜଣେ ୫୮ବର୍ଷୀୟ ବ୍ୟକ୍ତି ରହିଛନ୍ତି। ଉଭୟ ମୃତକ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ସହ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସେହିପରି କରୋନାରେ ଜଣେ ୪୮ ଓ ୩୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେମାନେ ମଧୁମେହ ରୋଗ ସହ କରୋନାରେ ଆକ୍ରାନ୍ତ ଥିଲେ।
ଅନ୍ୟପଟେ ରାଜ୍ୟରେ ଆଜି ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ଦୁଇ ଜଣ ମୃତକଙ୍କ ମଧ୍ୟରୁ ଭଦ୍ରକ ଜିଲାର ହୋଇଥିବା ବେଳେ ଅନ୍ୟ ଜଣେ ସୁନ୍ଦରଗଡ ଜିଲାର । ଏହି ଦୁଇ ଜଣ କରୋନା ଆକ୍ରାନ୍ତଙ୍କ କ୍ୟାନସରରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।