ରଥଯାତ୍ରାରେ ନିୟୋଜିତ ସେବାୟତଙ୍କ ଆସନ୍ତାକାଲି ଆଉ ଥରେ ହେବ କୋଭିଡ ଟେଷ୍ଟ

0

(ଜୟନ୍ତ କୁମାର ସେଠୀ /ପୁରୀ): ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କ ଆସନ୍ତାକାଲିଠୁ ଆଉ ଥରେ କରାଯିବ କୋଭିଡ ଟେଷ୍ଟ । ପ୍ରାଥମିକ ପର୍ୟ୍ୟାୟରେ ଦଇତାପତି ସେବାୟତ ମାନଙ୍କ ପରୀକ୍ଷା କରାଯିବ । ପରେ ଅନ୍ୟ ସେବାୟତ ଏବଂ ଶ୍ରୀମନ୍ଦିର କର୍ମଚାରୀ , ଜିଲା ପ୍ରଶାସନର କର୍ମଚାରୀଙ୍କ କୋଭିଡ ଟେଷ୍ଟ ହେବ। ସେବାୟତମାନଙ୍କ କୋଭିଡ ଟେଷ୍ଟ କରି ସମସ୍ତ ଘୋଷଯାତ୍ରା ସଂପର୍କିତ ରିପୋର୍ଟ ସୁପ୍ରିମକୋର୍ଟ ରେ ଦାଖଲ ହେବ । ରଥଯାତ୍ରା ପୂର୍ବରୁ ଥରେ ସେବାୟତଙ୍କ କୋଭିଡ ଟେଷ୍ଟ ହୋଇଥିବା ବେଳେ ବାହୁଡା ଯାତ୍ରା ପୂର୍ବରୁ ଥରେ ଏବଂ ଘୋଷଯାତ୍ରା ପରେ ତୃତୀୟ ଥର ପାଇଁ ଟେଷ୍ଟ ହେବ । ୧୪ ତାରିଖ ପର୍ୟ୍ୟନ୍ତ ଚାରିଦିନ ଧରି ଏହି ପରୀକ୍ଷା ଚାଲିବ । ଯେହେତୁ ସେବାୟତମାନେ ରଥଯାତ୍ରାରେ ନିୟୋଜିତ ଥିଲେ, ତେଣୁ ସେମାନଙ୍କ ପରିବାର ର ସୁରକ୍ଷାକୁ ନଜର ରଖି ଏହି ଟେଷ୍ଟ ହେବ ।