ରପ୍ତାନି କ୍ଷେତ୍ରରେ ରେକର୍ଡ କଲା ଓଡିଶା । ଦେଶରେ ସର୍ବାଧିକ ରପ୍ତାନି କରିବାରେ ଅଗ୍ରଣୀ ରାଜ୍ୟ ରୂପେ ଓଡିଶାକୁ ମିଳିଛି ସଫଳତା । ଜାତୀୟ ହାର ଠାରୁ ଅଧିକ ରହିଛି ଓଡିଶାର ରପ୍ତାନି । ଯାହାକୁ ନେଇ ଆଜି ଡିଜିସିଆଇଏସ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଓଡିଶାର ସଫଳତାକୁ ବଖାଣିଛନ୍ତି ବାଣିଜ୍ୟକ ଗୁଇନ୍ଦା ଓ ପରିସଂଖ୍ୟାନ ମହାନିର୍ଦ୍ଦେଶାଳୟ ବିଭାଗ । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡିଶା ୧୫୬ ପ୍ରତିଶତ ରପ୍ତାନି ଅଭିବୃଦ୍ଧି ହାସଲ କରିଛି । ଯାହାକି ଜାତୀୟ ହାର ୩୪.୫ ପ୍ରତିଶତ ଠାରୁ ୪ ଗୁଣା ଆଗରେ ରହିଛି ଓଡିଶା । ଓଡିଶା ସଧାରଣତଃ ଲୁହା,ଇସ୍ପାତ,ଆଲୁମିନିୟମ ଓ ଲୁହାପଥର ରପ୍ତାନି କରିଥାଏ । ରପ୍ତାନି କ୍ଷେତ୍ରରେ ଓଡିଶା ୧୭୦୬ କୋଟି ଡଲାର ସାମଗ୍ରୀ ରପ୍ତାନି କରିଛି । ୨୦୧୯-୨୦ ଅପେକ୍ଷା ୨୧-୨୨ ଆର୍ଥିକ ବର୍ଷରେ ଓଡିଶା,ଗୁଜୁରାଟ ଓ କର୍ଣ୍ଣାଟକ ଦେଶର ସଫଳମୟ ରପ୍ତାନିକାରୀ ରାଜ୍ୟ ଭାବେ ସଫଳତା ଅର୍ଜନ କରିଛନ୍ତି । ଏହି ଭଳି ଆଉ ୮ ଟି ରାଜ୍ୟର ରପ୍ତାନି ହାର ଜାତୀୟ ହାରଠୁ ଅଧିକ ରହିଛି । ଓଡିଶା ସହିତ ମଧ୍ୟପ୍ରଦେଶ,ତେଲେଙ୍ଗାନା,ରାଜସ୍ଥାନ ଓ ପଶ୍ଚିମବଙ୍ଗକୁ ବି ଏହି ସଫଳତା ମିଳିଛି । (ଡିସିଜିଆଇଏସ୍)ର ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ମୋଟ ୧୨,୭୦୦ କୋଟି ଡଲାର ରପ୍ତାନୀ କରିଛି । ଯାହାକି ହୀରା ରପ୍ତାନି କ୍ଷେତ୍ରରେ ଭାରତକୁ ମିଳିଛି ବଡ ସଫଳତା । ମହାରାଷ୍ଟ୍ର ୭୩୦୦ କୋଟି ଡଲାର ଓ ତାମିଲନାଡୁ ୩୫୦୦ କୋଟି ଡଲାରର ରପ୍ତାନି କରିଛି । ଦେଶର ୩୦ ପ୍ରତିଶତ ରପ୍ତାନି ଗୁଜୁରାଟରୁ ହୋଇଥିବା ବେଳେ କର୍ଣ୍ଣାଟକ ୫୬ ପ୍ରତିଶତ,ଦିଲ୍ଲୀ ୨୦ ପ୍ରତିଶତ ଓ କେରଳର ୫୬ ପ୍ରତିଶତ ବୃଦ୍ଧି ଘଟିଛି । ଦେଶର ବାର୍ଷିକ ରପ୍ତାନି ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ କମ୍ ଯଥାକ୍ରମେ ୧୩ ପ୍ରତିଶତ ଓ ୧୭.୨ ପ୍ରତିଶତ ରହିଛି । ବିଶ୍ୁ ବଜାରରେ ରପ୍ତାନୀ ହାର ବୃଦ୍ଧି ଘଟିବା ହେତୁ ସରକାର ଏହି କ୍ଷେତ୍ରରେ ବିଭିନ୍ନ ପ୍ରୋସାହନ ଯୋଗାଇଛନ୍ତି । ଏଥି ସହିତ ୫୦ ଟି ଜିଲ୍ଲା କୁ ରପ୍ତାନୀ ହବ୍ରେ ପରିଣତ କରିବା ଲାଗି ସରକାର ୨୧୦୦ କୋଟି ଟଙ୍କାର ଏକ ସ୍କିମ୍କୁ ମଜୁଂର କରିଛନ୍ତି । ଏହା ଦ୍ୁାରା ଦେଶରେ ଗଢି ଉଠିଛି ବିଭିନ୍ନ ଆଧୁନିକ ଉଦ୍ୟୋଗିକରଣ । ଯାହା ଫଳରେ ଦେଶବାସୀଙ୍କୁ ରୋଜଗାର ପଇଁ ଖୋରାଗ ଯୋଗାଇଛି ।