ରାକ୍ଷୀ ପୂର୍ଣ୍ଣିମାରେ ନିଆରା ଢଙ୍ଗରେ ରାକ୍ଷୀ ବାନ୍ଧନ

0

(ଜୟନ୍ତ କୁମାର ସେଠୀ / ପୁରୀ): ରାକ୍ଷୀ ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ପର୍ବକୁ ନେଇ ସାରା ଦେଶ ଉତ୍ସଵ ମୁଖର। ଭାଇ ମାନଙ୍କ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମାଗି ଥାଏ । କିନ୍ତୁ ଏହି ରକ୍ଷା ବନ୍ଧନ ଉତ୍ସଵ କୁ ପୁରୀ ଜିଲା ଅସ୍ତରଙ୍ଗ ପୀର ଜାହାନିଆ ବନ ସୁରକ୍ଷା ସମିତିର ମହିଳା ସଦସ୍ୟ ମାନେ ଏକ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରୁଛନ୍ତି। ପୀର ଜାହାନିଆ ପୀଠ ନିକଟରେ ଥିବା ଜଙ୍ଗଲରେ ଥିବା ଗଛରେ ରାକ୍ଷୀ ବାନ୍ଧି ଏବଂ ବନ୍ଦାପନା କରି ଏହି ବିଶେଷ ଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ପୀର ଜାହାନିଆ ବନ ସୁରକ୍ଷା ସମିତି। ସମିତିର ମହିଳା ସଦସ୍ୟଙ୍କ କହିବା କଥା ଭାଇ ଭଳି ଏହି ଗଛ ଗୁଡିକ ମଧ୍ୟ ସ୍ତାନୀୟ ଅଞ୍ଚଳ ତଥା ସମାଜକୁ ସୁରକ୍ଷା ଦେଇ ଆସିଛିନ୍ତି। ସମୁଦ୍ର କୂଳରେ ଥିବା ତାଙ୍କ ଗ୍ରାମକୁ ଝଡ଼ ବାତ୍ୟାରୁ ସୁରକ୍ଷା ଦେବା ସହ ମୃତ୍ତିକା କ୍ଷୟକୁ ଏହି ଗଛ ରୋକି ସୁରକ୍ଷା ଦେଇ ଆସୁଛି। ଏଣୁ ନିଜ ଭାଇ ଭଳୀ ସୁରକ୍ଷା ଦେଇ ଆସୁଥିବା ଏହି ଗଛର ସୁରକ୍ଷା ଓ ବୃକ୍ଷ ରୋପଣ କରିବା ବାର୍ତା ଜନସମାଜକୁ ଦେବା ପାଇଁ ଏହି ରକ୍ଷା ବନ୍ଧନ ଉତ୍ସବ ସେମାନେ ଗଛରେ ରାକ୍ଷୀ ଭିଡି ଦୀର୍ଘ ବର୍ଷ ହେବ ପାଳନ କରୁଛନ୍ତି। ପୀର ଜାହାନିଆ ଅଂଚଳର ଗ୍ରାମର ମହିଳା ମାନେ ବନ ସୁରକ୍ଷା ସମିତି ଗଠନ କରି ସମୁଦ୍ର କୂଳରେ ଗଛ ଲଗାଇବା ସହ ବୃକ୍ଷର ସୁରକ୍ଷା କରି ଆସୁଛନ୍ତି। ତେବେ ସେ ଯାହା ହେଉନା କାହିଁକି ପୀର ଜାହାନିଆ ବନ ସୁରକ୍ଷା ସମିତି ଏହି ଅଭିନବ ରକ୍ଷା ବନ୍ଧନ ଉତ୍ସବ ପାଳନ ବୃକ୍ଷ ରୋପଣ ଓ ବୃକ୍ଷର ସୁରକ୍ଷା ପାଇଁ ସମାଜକୁ ପ୍ରେରଣା ଦେବ ଏଥିରେ ଦ୍ଵି ମତ ନାହିଁ।