ଭୁବନେଶ୍ୱର: ରାଜଧାନୀରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ଭୁବନେଶ୍ଵର ଉପକଣ୍ଠ ଉତ୍ତରା ଛକରୁ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ପୁରୀରୁ ଅଟୋ ଯୋଗେ ଭୁବନେଶ୍ୱରକୁ ହେଉଥିଲା ଚୋରା ଚାଲାଣ। ତେବେ ଉତ୍ତରା ଛକ ନିକଟରେ ଏକ ଅଟୋ ଉପରେ ଅତର୍କିତ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଓ ଅଟୋ ଜବତ କରିଛି ପୁରୀ ଅବକାରୀ ବିଭାଗ । ପ୍ରାୟ ୩୦୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି ଏବଂ ଏହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି । ଆଜି ସକାଳ ଭୋର୍ ୬ ଟା ସମୟରେ ଜଣେ ବ୍ୟକ୍ତି ଏକ ଅଟୋ ଯୋଗେ ବିପୁଳ ପରିମାଣର ବ୍ରାଉନ ସୁଗାର ନେଇ ଆସୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୁରୀ ଅବକାରୀ ବିଭାଗ ଉତ୍ତରା ଛକରେ ଅତର୍କିତ ଚଢାଉ କରିଥିଲା ।