ରାଜଧାନୀ ଆସୁଛି ସହିଦ ମିନାରର ମାଟି ଓ ଜଳ

0

ପାପଡାହାଣ୍ଡି /ଅନିଲି ପ୍ରଭାତ :ସହୀଦ ରକ୍ତ ନଦୀରୁ ଜଳ ଓ ମାଟିକୁ ଭୁବନେଶ୍ୁର ଅଣାଯାଇଛି । ଏ ନେଇ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନେତୃତ୍ୟରେ ଆୟୋଜିତ ହୋଇଥିଲା ଏକ ବିଶାଳ ଶୋଭାଯାତ୍ରା । ଜିଲ୍ଲାପାଳ ଡଃ ଲଚନଙ୍କ ଉପସ୍ଥିତିରେ ଏହି ଶୋଭାଯାତ୍ରା ହୋଇଇଥିଲା । ସ୍ୁାଧୀନତାର ୭୫ ବର୍ଷ ପୂତ୍ତି ଅବସରରେ ଅନେକ ସ୍ୁାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଉଛି ଏ ଦେଶ । ତାଙ୍କର ବଳିଦାନକୁ ଅମର କୀତ୍ତି ରଚିବା ପାଇଁ ଦେଶର କୋଣ ଅନୁକୋଣରେ ପାଳନ କରାଯାଉଛି ଅମୃତ ମହୋସବ ତଥା ଅହିଂସା ରଥ ଅଭିଯାନ । ଏହି ଅହିଂସା ରଥ ଅଭିଯାନ ଅଗଷ୍ଟ ୧୫ ରୁ ବାହାରିଥିଲା ଅକ୍ଟୋବର ୨ ରେ ଭୁବନେଶ୍ୁରରେ ପହଚିଂବ । ଏ ନେଇ ଆଜି ତୁରୀ ନଦୀରୁ ଜଳ ଓ ମାଟି ନିଆଯାଇଛି । ଏହି ଜଳ ଓ ମାଟି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରେ ଥିବା ସହିଦ ମିନାର ଠାରୁ ସଂଗ୍ରହ କରାଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ପୁଣି ଜିଲ୍ଲାର ଅଧିକାରୀ ତଥା ସ୍ଥାନୀୟ ଜନପ୍ରତିନିଧି ମାନେ ଏହି ଶୋଭାଯାତ୍ରାରେ ସାମିଲ ଥିଲେ ।