ଭୁବନେଶ୍ୱର: ଓମିକ୍ରନ ଯୋଗୁଁ ସଂକ୍ରମଣ ଦ୍ରୁତ ବୃଦ୍ଧି ଘଟୁଛି। ଆଗକୁ କିଛି ଦିନ ରାଜ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କୋଭିଡ ସଂପର୍କରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଏହା କହିଛନ୍ତି । । ସେ କହିଛନ୍ତି, ଲୋକଙ୍କ ଜୀବିକା ପ୍ରତି ଧ୍ୟାନ ଦିଆଯାଇଛି । ଜୀବିକା ଯେମିତି ପ୍ରଭାବିତ ନହେବ ତା ଉପରେ ଗୁରୁତ୍ୱାରୋପ କରାଯାଉଛି ।। ସେଥିପାଇଁ ରାଜ୍ୟରେ ସଟଡାଉନ କି ଲକଡାଉନ କରାଯାଇନାହିଁ।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ପ୍ରାୟ ୨ ପ୍ରତିଶତ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡୁଛି। ପୂର୍ବ ଲହର ତୁଳନାରେ ଏବେ ହସ୍ପିଟାଲ, ଆଇସିୟୁ କମ୍ ଦରକାର ପଡୁଛି। ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ସଚିବ। ତେବେ ଅବହେଳା କଲେ ସଂକ୍ରମଣ ବଢ଼ିବ, ସମସ୍ତେ ଅସୁବିଧା ଭୋଗିବେ। ସେଥିପାଇଁ ମାସ୍କ ପିନ୍ଧିବା। ଗହଳି ଜାଗାକୁ ଯିବାନି, ଗହଳି ନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ସମସ୍ତ ଗାଇଡଲାଇନ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।