ରାମପୁର ଗାଁ କାଳୀଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ

0

(ସୋନପୁର / ଓମ୍ ପ୍ରକାଶ ମିଶ୍ର) ; କରୋନା କଟକଣାକୁ ଆଖି ଆଗରେ ରଖି ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ମିଳିଛିି । ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସହରରେ ଥିବା ଥାନା ପରିସରରେ ମାଁ କାଳୀଙ୍କ ମନ୍ଦିରରେ କରୋନା କଟକଣା କୋହଳ ହୋଇଥିବାରୁ ଏବେ ଭକ୍ତ ମାନେ ଦର୍ଶନ କରୁଥିବା ଦେଖା ଯାଇଛି।ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷାକରି ଭକ୍ତମାନେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି।ରାମପୁର ସହର ର ଭକ୍ତ ମାନେ ଆସି ମାଁ କାଳୀ ଙ୍କର ଦର୍ଶନ କରିଛନ୍ତି।ସରକାର ଙ୍କ ନିୟମ ଅନୁଯାୟୀ କରୋନା କଟକଣା ଯୋଗୁଁ ଭକ୍ତ ମାନଙ୍କୁ ସାମାଜିକ ଦୂରତାରେ ରହି ଦର୍ଶନ କରିବା ପାଇଁ ପୂଜକ ସୁଶାନ୍ତ ମହାପାତ୍ର ଭକ୍ତ ମାନଙ୍କୁ ଅନୁରୋଧ କରିଛନ୍ତି।