ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଧାରଣା

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ରାଜ୍ୟରେ ବିଦ୍ୟୁତ ଶୁକ୍ଳ ବୄଦ୍ଧି,କେନ୍ଦ୍ର ସରକାରଙ୍କ ସରକାରୀ ଉଦ୍ୟୋଗ ପଞ୍ଜିକରଣ ଉଦ୍ୟମ, ଶ୍ରମିକ, କୄଷକ ଓ କର୍ମଚାରୀ ବିରୋଧୀ ନିତି ବିରୁଦ୍ଧରେ ଗତ ତିନି ତାରିଖରୁ ରାଜ୍ୟ ବ୍ୟାପୀ ଧାରଣା ଡାକରା ଦେଇଥିଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ। ଏହାସହ ଶ୍ରମିକଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ଦାବି କରିଛି ମଜଦୁର ସଂଘ। ସୁବର୍ଣ୍ଣ ପୁର ଜିଲ୍ଲା ମଜଦୁର କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛି। ଧାରଣା ସହ ଅତିରିକ୍ତ ଜିଲ୍ଲାପାଳ ସୁର୍ୟ୍ୟ ନାରାୟଣ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଆସନ୍ତା ୨୨ ତାରିଖରେ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଆନ୍ଦୋଳନ ଡାକରାକୁ ମଧ୍ୟ ଜିଲ୍ଲା ମଜଦୁର କଂଗ୍ରେସ ସମର୍ଥନ କରିବ ବୋଲି ସଂଗଠନ କର୍ମକର୍ତ୍ତା କହିଛନ୍ତି।