ରେଳ ଲାଇନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

0

(ପ୍ରଶାନ୍ତ କୁମାର ସ୍ବାଇଁ) ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦର ର ଅଠରବାଙ୍କୀ ଓଭରବ୍ରିଜ୍ ପୋଲତଳେ ଯାଇଥିବା ରେଳ ଲାଇନ୍ ର ବିଦ୍ବ୍ୟତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ପୋଡ଼ି ହୋଇ ଯାଇଥିବା ଜଣାପଡିଛି। ଯୁବକ ଜଣକ ପାରାଦୀପ ସବଷ୍ଟେସନ୍ ଛକ ନିକଟସ୍ଥ ଲୋକନାଥ କଲୋନୀର ଗୁଲାପ ଭୂୟାଁ ବୋଲି ଜଣାପଡ଼ିଛି। ତେବେ ଏ ଘଟଣା କୋଇଲା ଚୋରୀ କରୁଥିବାକୁ ନେଇ ସନ୍ଦେହ କରାଯାଉଛି। କାରଣ ଅଠରବାଙ୍କୀ ପୋଲତଳେ ଯାଇଥିବା ରେଳ ଲାଇନ ଓ ପାରାଦୀପ ବନ୍ଦର ଭିତରକୁ ଯାଉଥିବା କୋଇଲା ବୋଝେଇ ରେଳ ରୁ ପୂର୍ବରୁ ବହୁ ସମୟରେ ଚୋରୀ ହେଉଥିବା ନଜର ରହିଛି। ତେବେ ଆଜି ଘଟିଥିବା ଘଟଣା କୋଇଲା ଚୋରୀ କରୁଥିବା ନେଇ ସନ୍ଦେହ କରାଯାଉଛି। ତେବେ ଯୁବକଟି ର ଶରୀର ପଚାଶ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଚିକିତ୍ସିତ ପାଇଁ ପ୍ରଥମେ ଅଠରବାଙ୍କୀ ମେଡ଼ିକାଲ ଓ ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତରିତ କରାଯାଇଛି।ତେବେ ଘଟଣା ସ୍ଥଳରେ ପାରାଦୀପ ବନ୍ଦରର ସିଆଇଏସ ଏଫ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଥିବା ବେଳେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।