ରୋଗ ପ୍ରତିରୋଧ ଟୀକାରେ ଶିଶୁର ମୃତ୍ୟୁ

0

( ଜୟନ୍ତ କୁମାର ସେଠୀ):ରୋଗ ପ୍ରତିରୋଧ ଟୀକା ନେଲା ଶିଶୁର ଜୀବନ । ଏଭଳି ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାରଲୋକେ । ଗତକାଲି ପୋଲିଓ ରୋଗ ପ୍ରତିରୋଧକ ଟୀକା ନେବାର କିଛି ଘଣ୍ଟା ପରେ ଶିଶୁର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସୂଚନାନୁସାରେ ପୁରୀ ଜିଲ୍ଲା ଗୋପ ବ୍ଲକ ନୂଅ।ଖୋଲମରା ପଞ୍ଚାୟତର ଭିତର ଦରିଗଁ।ର କାଳନ୍ଦୀ ମହାରଣା ଓ ସସ୍ମିତା ମହାରଣା ଙ୍କ ଏକ ମାତ୍ର ପୁଅ ନିମାପଡା ସରକାରୀ ଚିକିତ୍ସାଳୟ ରେ ଗତକାଲି ସକାଳ ୯ଟା ସମୟରେ ରୋଗ ପ୍ରତିରୋଧ ଟୀକା ନେବା ସହିତ ପୋଲିଓ ବୁନ୍ଦା ଖାଇଥିଲା। ମାତ୍ର ରାତ୍ର ୧୨ଟା ସମୟ ପରେ ହଠାତ୍ ଶିଶୁ ଟି ଅସୁସ୍ଥ ହୋଇ ପଡି ବାନ୍ତି କରିବାରୁ ତାକୁ ନିମାପଡା ଡାକ୍ତରଖାନ।କୁ ନେଇ ଥିଲେ ସଂପର୍କୀୟ । ମାତ୍ର ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ଶିଶୁ ୩ ମାସ ର ବୋଲି ଜଣାପଡିଥିବା ବେଳେ ଟିକା ହିଁ ଶିଶୁର ଜିବନ ନେଇଛି ବୋଲି ମୃତ ଶିଶୁର ପିତା ଅଭିଯୋଗ କରିଛନ୍ତି । ସେପଟେ ଶିଶୁର ଜିବନ ଟିକା ପାଇଁ ଯାଇଛି ନା ଅନ୍ୟ କୈାଣସି କାରଣ ରହିଛି ତାହା ଶବବ୍ୟବଚ୍ଚେଦ ପରେ ଜଣା ପଡିବ । ଅପରପଟେ ମୃତକ ଶିଶୁର ପରିବାର କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ ।