(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଉତେଜନା।ରୋଗୀଙ୍କ ମୃତ୍ୟୁକୁ ନେଇ ଡାକ୍ତରକୁ ଠେଲାପେଲା।ରୋଗୀ ଜଣଙ୍କ ଅସୁସ୍ଥ ଥିବାରୁ ଡାକ୍ତରଖାନାକୁ ଆଣିଥିଲେ ସମ୍ପର୍କୀୟମାନେ।ତେବେ ରୋଗୀ ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ କୁ ପଠାଇଥିଲେ ଡାକ୍ତର।ଏପଟେ କଟକ ନେଇଯିବାପାଇଁ ଡାକ୍ତର କହିଥିବା ବେଳେ ସେପଟେ ରୋଗୀଙ୍କ ମୃତ୍ୟୁ ଘଟିଥିଲା।ଯାହାକୁ ନେଇ ଉତେଜନା ଦେଖାଦେଇଥିଲା।
ମୃତ ମହିଳା ଜଣଙ୍କ କରଞ୍ଜିଆ ୱାଡ଼ ନମ୍ବର୫ର ମନ୍ଦାକିନୀ ସାହୁ ବୋଲି ଜଣାପଡିଛି। ଚିକିତ୍ସା ଅବହେଳା ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଙ୍କୁ ମୃତ ସମ୍ପର୍କୀୟ ପଚାରିଥିଲେ।ତେବେ ଏହା କୁ ନେଇ ଡାକ୍ତର ଓ ସମ୍ପର୍କୀୟ ମଧ୍ୟରେ ବଚସା ହୋଇଥିଲା।ଯାହାକୁ ନେଇ ଉତ୍ୟକ୍ତ ଲୋକେ ଡାକ୍ତର କୁ ଠେଲା ପେଲା କରିଥିବା ଜଣାପଡ଼ିଛି।ଘଟଣା କୁ ନେଇ ମେଡିକାଲ କତ୍ତୃପକ୍ଷ ଙ୍କୁ ଅନ୍ୟତ୍ର ବଦଳି କରିବା ସହ ମୃତଙ୍କ ଦୁଇ ଶିଶୁ କନ୍ୟା ଥିବାରୁ ତାଙ୍କ ପରିବାର କୁ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।