ଲଗାଣ ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଜନଜୀବନ

0

ଗୋପ(ଜୟନ୍ତ କୁମାର ସେଠୀ): ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଗାଁ ଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ଲୋକେ ଯିବାଆସିବାରେ ଅ;ନକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଗୋପ, କାକଟପୁର, ଅସ୍ତରଙ୍ଗ, କୋଣାର୍କ ବାଲି ଦୋକାନ ଠାରୁ ତଣ୍ଡାହର ପର୍ୟ୍ୟନ୍ତ । ଏଠାକାର ପ୍ରାୟ ୩୫ ରୁ ଅଧିକ ଗାଁ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି । ତେବେ ସମ୍ପୂର୍ଣ୍ଣ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଥିବା ବେଳେ ଅସହାୟର ବନ୍ଧୁ ସେବା ସଂଗଠନ କୋଣାର୍କ ପକ୍ଷରୁ ଶୁଖିଲା ଖାଦ୍ୟ ଚୁଡା, ଚିନି, ଅମୁଲ, ବିସ୍କୁଟ, ମଶା ଧୂପ, ଦିଆସିଲି, ମହମବତୀ ଇତ୍ୟାଦି ୧୦ ଦିନ ପାଇଁ ପ୍ରଦାନ କରାଯାଇଛି । ଗତ କାଲି ହରଚଣ୍ଡୀ ଗ୍ରାମ ହରିଜନ ସାହିରେ ପାଣି ଘେରରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆବାହକ କୁନାଲ ପାତ୍ର, ଉପଦେଷ୍ଟା ହୃଦାନନ୍ଦ ସେଠ, ସୁଶାନ୍ତ କୁମାର ଚିନରା, ମିଳନ ଆନନ୍ଦ ମହାପାତ୍ର, ସୁଶାନ୍ତ କୁମାର ନାୟକ, ନିହାର ରଞ୍ଜନ ବେଉରା, ଚିତ୍ରେସନ ସ୍ୱାଇଁ, ରଞ୍ଜନ ମୁଦୁଲି, ଲିପୁ ସ୍ୱାଇଁ, କିଷାନ ସାହୁ, ଅଜିତ ସ୍ୱାଇଁ, ମୁନା ମହାପାତ୍ର, ଶୁଭକାନ୍ତ ବାହିନୀପତି ଓ ସତ୍ୟରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହିପରି ଆଗାମୀ ଦିନରେ ପାଣି ଘେରରେ ଥିବା ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।