ଖୁବଶୀଘ୍ର ଲୋକସେବା ଭବନରେ ଲାଗିବ ଅଗ୍ନି ନିର୍ବାପକ ଯନ୍ତ୍ର

ଲୋକସେବା ଭବନରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

0

(ଭୁବନେଶ୍ୱର) : ଲୋକସେବା ଭବନରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏ ବାବଦରେ ୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅନୁମୋଦନ କରିଛନ୍ତି ।

ସୂଚନାନୁଯାୟୀ , ଏହି କାର୍ଯ୍ୟ ତୁରନ୍ତ କରିବାକୁ ଗତ ୧୫ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି । ଅଗ୍ନି ନିର୍ବାପକ ଯନ୍ତ୍ର ଲାଗିବା ପାଇଁ ସମସ୍ତ ଅର୍ଥ କେବଳ ସେହି ଉଦ୍ଦେଶ୍ୟରେ ବିନିଯୋଗ କରିବାକୁ କହିଛନ୍ତି । ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଉପରେ ଏନେଇ ଦାୟିତ୍ୱ ନ୍ୟସ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।