ମୁମ୍ବାଇ:କିଛିଦିନ ପୂର୍ବରୁ ରଣବୀର କପୁର‘ଶମଶେରା’ରେ ନିଜ ଲୁକ୍କୁ ଶେୟାର କରିଥିଲେ ଆଉ ଦର୍ଶକ ତାକୁ ଦେଖି ଖୁବ୍ ପ୍ରଶଂସା କରିଥିଲେ ।ଏବେ ସଞ୍ଜୟ ଦତ୍ତ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଶମଶେରା’ର ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଏହି ସିନେମାରେ ଇନ୍ସପେକ୍ଟର ଶୁଦ୍ଧ ସିଂଙ୍କ ଭୂମିକାରେ ସଞ୍ଜୟ ଦତ୍ତ ନଜର ଆସିବେ। ଫିଲ୍ମର ଅଭିନେତ୍ରୀ ବାଣୀ କପୁର ସଞ୍ଜୟ ଦତ୍ତଙ୍କ ଲୁକକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି,’ ଯଦି ନିର୍ଦ୍ଦୟ ‘ଶବ୍ଦର ନାମ ଥାଏ, ତେବେ ଏହା ଦରୋଗା ଶୁଦ୍ଧ ସିଂ ହେବ!’ । ବାଣୀ କପୁର ଏହି ଚଳଚ୍ଚିତ୍ରରେ ନାଚାନିଆ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଫିଲ୍ମରେ ରଣବୀର କପୁରଙ୍କ ଡବଲ୍ ରୋଲ୍ ଦେଖିବାକୁ ମିଳିବ । କରଣ ମଲହୋତ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଆଦିତ୍ୟ ଚୋପ୍ରା ପ୍ରଡକ୍ସନ କରୁଛନ୍ତି ।ଏହା ଏକ ପିରିୟଡ୍ ଡ୍ରାମା ଆକ୍ସନ୍ ଫିଲ୍ମ ହେବ। ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। କରୋନା କାରଣରୁ ଏହି ଚଳଚ୍ଚିତ୍ର ରିଲିଜରେ ବିଳମ୍ବ ହୋଇଥିଲା । ଶେଷରେ ‘ଶମଶେରା’ ୨୨ ଜୁଲାଇରେ ରିଲିଜ୍ ହେବାକୁ ଯାଉଛି ।