(ମଧୁସୂଦନ ବହିଦାର / ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ପତ୍ରାପାଲି ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକଙ୍କ ସ୍ତ୍ରୀଙ୍କ ସମେତ ଅନ୍ୟ ବାଇକ ରେ ଥିବା ୨ ଜଣ ଯୁବକ ଗୁରୁତର ହୋଇଛନ୍ତି । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ମୁରିବାହାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ବଶିଷ୍ଠ କୁମ୍ଭାର । ଘଟଣା ସ୍ଥଳରେ ମୁରିବାହାଲ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।