ସଭାପତି ରେସ୍ରେ ଦିଗବିଜୟ ସିଂ

0

ଅଧ୍ୟକ୍ଷ ପଦ ରେସ୍ରେ ସାମିଲ ହେବେ ରାଜ୍ୟସଭା ଏମପି ଦିଗବିଜୟ ସିଂ । AICC ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିପାରନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ଏ ନେଇ ସେ ଆଜି ଦିଲ୍ଲୀ ଗସ୍ତ କରିବାର ଯୋଜନା ରହିଛି । ଖୁବଶୀଘ୍ର ସେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ସେପଟେ ଅଡୁଆରେ ଫସିଥିବା ଗେହେଲଟ ଆଜି ସୋନିଆଙ୍କୁ ଭେଟି ରାଜସ୍ଥାନ କଂଗ୍ରେସ କଳି ସମାଧାନ ବାବଦରେ ଆଲେଚନା କରିପାରନ୍ତି । ଦୁଇ ଦୁଇ ପଦ ଉପରେ ଆଶା ରଖିଥିବା ଗେହେଲଟ ସଭାପତି ପଦ ଲାଗି ସେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେ ବାବଦରେ ମଧ୍ୟ ଆଲୋଚନା କରିପାରନ୍ତି । ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ବିରୋଧ କରି ରାଜସ୍ଥାନର ୯୦ ବିଧାୟକ ଇସ୍ତଫା ଦେବାକୁ ଧମକ ଦେଇଥିଲେ। ଗେହେଲଟ ଉଭୟ AICC ସଭାପତି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ ବୋଲି ଦାବି କରିଥିଲେ ଗେହେଲଟ ଗୋଷ୍ଠୀର ବିଧାୟକ।