Reporters Today
  • Home
  • ଓଡିଶା
  • ସରକାରୀ କାର୍ଯ୍ୟକ୍ରମ ପ୍ରସାର ପ୍ରଚାରରେ ବାଧକ ସାଜୁଛି ବ୍ଲକ ପ୍ରଶାସନ
ଓଡିଶା

ସରକାରୀ କାର୍ଯ୍ୟକ୍ରମ ପ୍ରସାର ପ୍ରଚାରରେ ବାଧକ ସାଜୁଛି ବ୍ଲକ ପ୍ରଶାସନ

(ଜ୍ୟୋତିରଞ୍ଜନ ଧର)କଣିହାଁ : ଚତୃର୍ଥ ସ୍ତମ୍ଭକୁ ବାରମ୍ବାର ଅବହେଳା ପ୍ରଦର୍ଶନ କରିଆସୁଛନ୍ତି ଖୋଦ ବ୍ଲକ ପ୍ରଶାସନିକ ବାବୁ ମାନେ ଓ ସରକାରଙ୍କ ୫ଟି ନିର୍ଦେଶକୁ କଣିହାଁ ବ୍ଲକ କରୁଛି ବାଏ ବାଏ ଓ ରାଜ୍ୟ ସରକାରଙ୍କ ନିର୍ଦେଶ ପାଳନ ଦିଗରେ କଣିହାଁ ବ୍ଲକ ପ୍ରଶାସନ ପାଇଁ ଖାଲି ଧର୍ମ କୁ ଆଖି ଠାର ସଦୃଶ ଓ ସାଧାରଣ ଜନତାଙ୍କ ପାଖରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଖବର ପହଞ୍ଚାଇବା ହେଲା ଗଣମାଧ୍ୟମର ଅନ୍ୟତମ ପ୍ରୟାସ । କିନ୍ତୁ ଖୋଦ ସରକାରୀ ଅଧିକାରୀ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମରୁ ନିବୃତ ରଖିବା ଅଥବା କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ନଦେବାର ରୁଗଣ ମାନସିକତା ପରିଚୟ ସୃଷ୍ଟି କରିବାରେ ମୋହର ଲଗାଇଛି ଓ ଏପରିକି ସରକାରଙ୍କ ଲୋକାଭିମୁଖୀ ଯୋଜନା ପ୍ରସାର ପ୍ରଚାର ରେ ବାଧକ ସାଜିବା ନେଇ ବ୍ଳକସ୍ଥ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଦିନ କୁ ଦିନ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗୁଛି ଓ ସୂଚନାରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପ୍ରାଙ୍ଗଣରେ ଥିବା ପବିତ୍ରମୋହନ ସଭାଗୃହ ଠାରେ ବୁଧବାର ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି କାର୍ୟ୍ୟକ୍ରମକୁ ଠାରୁ ଦୂରେଇ ରଖାଯାଇଥିଲା। ଏପରିକି ପୂର୍ବରୁ ବହୁବାର କଣିହାଁ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଯାଉନଥିବା ଅଭିଯୋଗ ହୋଇଥିଲା। ଏଭଳି ଘୃଣ୍ୟ ତଥା ନୀଚ ମାନସିକତାରୁ ବ୍ଲକ ପ୍ରଶାସନିକ ଅଧିକାରୀ ନିବୃତ ରହିବା ପାଇଁ ସଚେତନ କରାଯାଇଥିଲା ଓ ଦୋଷକୁ ମାନିବା ପରେ ଏଥର ଭୁଲ ହୋଇଛି କହି ଆଉ ବ୍ୟତିକ୍ରମ ହେବନାହିଁ ବୋଲି ବିଡ଼ିଓ ରମେଶ କୁମାର ଜେନା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ ଓ କିନ୍ତୁ କୁକୁର ଲାଙ୍ଗୁଡ଼ ଭଳି ପ୍ରଶାସନ ସୁଧୁରି ପାରିଲା ନାହିଁ ଓ ଶେଷରେ ବ୍ଲକସ୍ତରୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ତାଳଚେର ଉପଖଣ୍ଡ ଲୋକସଂପର୍କ ଅଧିକାରୀଙ୍କୁ ଅବଗତ କରିଥିଲେ । ଫଳରେ ତାଳଚେର ଉପଖଣ୍ଡ ଲୋକସଂପର୍କ ଅଧିକାରୀ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ ଏବଂ ବ୍ଲକ ପ୍ରଶାସନ ସହ ଆଲୋଚନା କରିବେ ଓ ଆଗାମୀ ଦିନରେ ଏହିଭଳି ଘଟଣା ପୁନର୍ବାର ନ ହେବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ। ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗୋଟିଏ ସରକାରୀ କାର୍ୟ୍ୟକ୍ରମ ରେ ସମସ୍ତଙ୍କୁ ଅବଗତ କରିଥିଲେ କିନ୍ତୁ ଦୁଃଖର ବିଷୟ ପୁନଶ୍ଚ ବ୍ଲକ ପ୍ରଶାସନ ଗଣମାଧ୍ୟମକୁ ବୁଧବାର ଆୟୋଜିତ ଜନଶୁଣାଣି କାର୍ୟ୍ୟକ୍ରମ ଠାରୁ ଦୂରେଇ ରଖିଲା। ପ୍ରଶାସନର ଏଭଳି ମନୋଭାବକୁ ସାମ୍ବାଦିକ/ବ୍ଲକ ପ୍ରତିନିଧିଙ୍କ ମହଲରେ ତୀବ୍ର ନିନ୍ଦା କରାଯାଇଛି । ବ୍ଲକର ସମସ୍ତ ବିଭାଗ ରେ ଦୁର୍ନୀତିର ଗନ୍ତାଘର ପାଲଟି ଥିବାରୁ ବିଭିନ୍ନ କାର୍ୟ୍ୟକ୍ରମରେ ଗଣମାଧ୍ୟମକୁ ଦୂରେଇ ରଖାଯାଉଛି ବୋଲି କଣିହାଁ ଅଞ୍ଚଳରେ ବେଶ ଚର୍ଚ୍ଚା ଜୋର ଧରିଛି। ଏ ନେଇ କଣିହାଁ ବିଡ଼ିଓ ରମେଶ ଜେନାଙ୍କୁ ଯୋଗାଯୋଗ କରିବାରୁ କହିଥିଲେ , ମୁଁ ଅଧିକାରୀଙ୍କୁ ଗଣମାଧ୍ୟମକୁ ଜଣାଇବା ପାଇଁ କହିଥିଲି ସେ କୌଣସି କାରଣରୁ ଜଣାଇ ପାରି ନଥିବେ ଏବଂ ମୁଁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇବା ସମ୍ଭବ ନୁହେଁ ବୋଲି ପ୍ରତିକ୍ରିୟା ନେବାରୁ ପ୍ରକାଶ କରନ୍ତି । ଏ ବିଷୟରେ ପ୍ରଶାସନ ସହ କଥା ହେବା ସହ ଅନୁଧ୍ୟାନ କରିବେ ବୋଲି ଉପଖଣ୍ଡ ଲୋକସଂପର୍କ ଅଧିକାରୀ ପ୍ରକାଶ କରିଛନ୍ତି।

Related posts

ମାଗଣା ଚକ୍ଷୁ ପରୀକ୍ଷଣ ଶିବିର

Report

ଅସଲି ପୋଲିସ ପଞ୍ଝାରେ ଦୁଇଜଣ ନକଲି ପୋଲିସ

Report

ବୈଷ୍ଣବ ଚରଣ ପରିଡ଼ାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Report

Leave a Comment