ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

0

(ଅଜିତ ସାହୁ / ଜଳେଶ୍ୱର): ଆଜି ସ୍ୱାମୀ ବିବେକାନନ୍ଦଙ୍କ ତମ ଜନ୍ମ ଜୟନ୍ତୀ। ଏହି ଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ । ବାଲେଶ୍ଵର ଜିଲ୍ଲାର ବସ୍ତା,ଭୋଗରାଇ, ଜଳେଶ୍ୱର,ବାଲିଆପାଳର ବିଭିନ୍ନ ବ୍ଲକ ଅଞ୍ଚଳରେ ପାଳିତ ହୋଇଯାଇଛି । ଏହି ଅବସରରେ ବାଲିଆପାଳ ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ମଧ୍ୟ ବିବେକାନନ୍ଦ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ପ୍ରାଇଡର ସଭାପତି ମାନସ ଦାସ ,ସରସ୍ଵତୀ ଶିଶୁ ମନ୍ଦିରର ପ୍ରତିଷ୍ଠାତା ପଞ୍ଚାନନ ପଣ୍ଡା, କୁଞ୍ଜକାନ୍ତ ପାତ୍ର , ଜିଲ୍ଲା ଚାଇଲଡ଼ ଲାଇନ ମୁଖ୍ୟ ପ୍ରଶାନ୍ତ ରାଉତ, ନାରାୟଣ ପଣ୍ଡା ,ସୂର୍ୟ୍ୟନାରାୟଣ ସାହୁ , ରମାନାଥ କର ପ୍ରମୁଖ ଯୋଗ ଦେଇ, ସ୍ୱାମୀ ଇବିବେକାନନ୍ଦଙ୍କ ଜୀବନି, ଆଦର୍ଶ ଉପରେ ଆଲୋକପାତ କରିଥିଲେ । ୧୮୬୩ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ। ସେ ଥିଲେ ଏକାଧାରାରେ ଜଣେ ସମାଜ ସୁଧାରକ, ବିଚାରକ ଓ ଦାର୍ଶନିକ,ସନାତନ ଧର୍ମକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ଅତୁଳନୀୟ ଅବଦାନ ଗ୍ରହଣ କରିଛନ୍ତି । ସେ ୧୮୯୩ ମସିହା ସେପ୍ଟେମ୍ବର ୧୧ରେ ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ । ୧୯୮୪ ମସିହାରୁ ଭାରତ ସରକାର ଜାନୁଆରୀ ମାସ ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେବେଠାରୁ ସମାଜ ଓ ଯୁବଶକ୍ତିକୁ ଜାଗୃତ ଓ ସ୍ବାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇ ଆଜିର ଦିନକୁ ବିବେକାନନ୍ଦ ଜୟନ୍ତୀ ବା ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି ।