ସହରୀ ଉନ୍ନୟନ ଭିତ୍ତିକ କାର୍ଯ୍ୟକ୍ରମରେ ୧୦ ହଜାରରୁ ଊଦ୍ଧ୍ୱର୍ ମିଶନଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ

0

ଭୁବନେଶ୍ୱର: ମିଶନଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ଏବଂ ସେମାନଙ୍କର ଜୀବନ ଓ ଜୀବିକ।। ପ୍ରୋତ୍ସ।।ହନ ଉଦେଶ୍ୟରେ ୧୦ ହଜାରରୁ ଊଦ୍ଧ୍ୱର୍ ମିଶନର ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ସହରୀ ଉନ୍ନୟନ ଭିତ୍ତିକ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଛି । ଆହାରଯେ।।ଜନା, ଜନସାଥୀ ଯୋଜନା, ସହରୀ ମଜୁରି ଭିତ୍ତିକ ରୋଜଗାର ଯୋଜନା, ବାସହୀନ ଆଶ୍ରୟସ୍ଥଳୀ ପରିଚାଳନା, ରାଜସ୍ୱ କର ଆଦାୟ, ସ୍ୱଚ୍ଛ ଭାରତ ମିଶନ ଇତ୍ୟାଦିରେ ସାମିଲ କରାଯାଇଛି ।
ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ମାଧ୍ୟମରେ ଓଡିଶାର ସମସ୍ତ ୧୧୪ ଗୋଟି ପୌରାଞ୍ଚଳର ୱାର୍ଡ/ବସ୍ତୀ ଅଞ୍ଚଳରେ ରହୁଥିବା ଗରିବ ମାନଙ୍କୁ ସଂଘଠିତ କରି ୩୨,୦୦୦ରୁ ଊଦ୍ଧ୍ୱର୍ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୧୨୦୦୦ ଆଞ୍ଚଳିକ ସ୍ତରୀୟ ସଂଗଠନ ତିଆରି କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି । ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନାଙ୍କର ଜୀବନ ଜୀବିକା ନିମନ୍ତେ, ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅନ୍ତର୍ଗତ ଆତ୍ମନିଯୁକ୍ତି ସହାୟତା କାର୍ଯ୍ୟକ୍ରମ ଜରିଆରେ ବ୍ୟାଙ୍କ ମାଧ୍ୟମରେ ପ୍ରାୟ ୧୫୭ କୋଟି ୮୫ ଲକ୍ଷ ଟଙ୍କାର ସୁଲଭ ଋଣ ପ୍ରଦାନ କରାଯାଇଛି ।