ସହିଦ୍ ଯବାନଙ୍କ ନିମନ୍ତେ ଶୋଭାଯାତ୍ରା ଏବଂ ନିରବ ପ୍ରାର୍ଥନା

0

( ବାଲୁଗାଁ / ଦିବ୍ୟକାନ୍ତ ବେହେରା ): ଗତ ୧୪ ତାରିଖରେ ପୁଲୱମା ଆତଙ୍କି ହମଲାରେ ପ୍ରାଣ ହରାଇଥିବା ଯବାନ ମାନଙ୍କର ଆତ୍ମାର ସଦଗତୀ ନିମନ୍ତେ ବାଲୁଗାଁ ଠାରେ ବିଭିନ୍ନ ପ୍ରକାରର ସଂଗଠନ , କ୍ରିୟାନୁଷ୍ଠାନ କମିଟି ଓ ବିଭିନ୍ନ ପ୍ରକାରର ଶିକ୍ଷାନୁଷ୍ଠାନ ପକ୍ଷରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା ସହ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଦୁଃଖଦ ଘଟଣାରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହ ତୀବ୍ର ବିରୋଧ ମଧ୍ୟ କରାଯାଇଛି। ଜନସାଧାରଣଙ୍କ କହିବା ମୁତାବକ ଯେ ଏ ଘଟଣାରେ ଦେଶ କି ରାଜ୍ୟ ନୁହଁ ସତେ ଯେମିତି ଗୋଟିଏ ଗୋଟିଏ ପରିବାରରୁ ଗୋଟେ ଗୋଟେ ଜୀବନ ଯାଇଛି। ସେଥିପାଇଁ ଭାରତକୁ ଉଚିତ୍ ଜବାବ୍ ଦେବାକୁ ପଡିବ।