ସାମାଜିକ ଦୂରତା ଅବଲମ୍ବନ କରି କଂଗ୍ରେସ ପାଳିଲା ଆମ୍ବେଦକର ଜୟନ୍ତୀ

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର):ଆଜି ହେଉଛି ଡ.ବି ଆର ଆମ୍ବେଦକରଙ୍କ ଜୟନ୍ତୀ । କୋରୋନା ପାଇଁ ସାରା ଦେଶ ଲକଡାଉନ ଥିବାରୁ ଆମ୍ବେଦକରଙ୍କ ଜୟନ୍ତୀ ନିରାଡମ୍ବରରେ ପାଳନ ନ କରାଯାଇ ସାଧାରଣ ଭାବେ ପାଳନ କରାଯାଇଛି । ଆଜି କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଚାଲିଥିବା ଲକଡାଉନକ ଟକକଣାକୁ ମାନି ସାମଜିକ ସୁରତା ରକ୍ଷା କରି ଓଡିଶା ପ୍ରଦେଶ କଂଗ୍ରେସ ଭାରତ ରତ୍ନ ଡ. ବି ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରିଛି ।

ପ୍ରଥମେ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ପଷ୍ପମାଲ୍ୟ ଅର୍ପଣ କରିଥିଲେ । ତା ପରେ କଂଗ୍ରେସ ଭବନ ଯାଇ ସେଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ମଧ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।