ସାରାବିଶ୍ୱ ପାଳୁଛି ବ୍ୟାଘ୍ର ଦିବସ

0

ଭୁବନେଶ୍ୱର : ଆଜି ବିଶ୍ୱ ବ୍ୟାଘ୍ର୍ୟ ଦିବସ। ଜଙ୍ଗଲ ରାଜାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି। ସାରା ବିଶ୍ବରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ବିଶ୍ବର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି। ଶିକାରୀଙ୍କୁ ରୋକିବା ସହିତ ବାଘଙ୍କ ପାଇଁ ପ୍ରାକୃତିକ ଆବାସସ୍ଥଳୀକୁ ସୁରକ୍ଷିତ ରଖିବା ଏହି ଦିବସର ମୂଳ ଲକ୍ଷ୍ୟ।
ଶିମିଳିପାଳ ଅଭୟାଣ୍ୟରେ ମହାବଳ,କଲରାପତରଆ ବାଘ ସହ ବିରଳ କଳାବାଘ ବି ଚିହ୍ନଟ ହୋଇଛନ୍ତି। ହେଲେ ପୂର୍ବର ସ୍ଥିତି ଓ ବର୍ତମାନର ସ୍ଥିତି ମଧ୍ୟରେ ଆକାଶ ପାତାଳ ଫରକ୍‌। ୨୦୦୬ ମସିହାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ ୧୦୧ଟି ବାଘ ଥିଲେ। ୨୦୧୮ ବେଳକୁ ସଂଖ୍ୟା ୨୮କୁ ଖସି ଆସିଥିଲା। ଜୈବ ବିବିଧତାର ରକ୍ଷା ପାଇଁ ବାଘର ଉପସ୍ଥିତିର ଆବଶ୍ୟକତା ରହିଛି।