ସିଲାବସ ପରିବର୍ତ୍ତନକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ନିଟ ଏସଏସ ପରୀକ୍ଷା ସିଲାବସ ପରିବର୍ତ୍ତନକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । ଅନ୍ତିମ ସମୟରେ ନିଟ୍ ଏସଏସ ବଦଳିବ।।କୁ ନେଇ କେନ୍ଦ୍ରକୁ ଜବାବ ତଲବ । କ୍ଷମତାର ଖେଳରେ ଯୁବ ଡାକ୍ତରଙ୍କୁ ଫୁଟବଲ୍ ବନାନ୍ତୁ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ ପ୍ରବେଶ ପରୀକ୍ଷା ସ୍ନାତକୋତ୍ତର ସୁପର ସ୍ପେଶିଆଲିଟି ପରୀକ୍ଷା ୨୦୨୧ର ସିଲାବସ୍ ଅନ୍ତିମ ସମୟରେ ବଦଳାଇ ଦିଆଗଲା । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମ କୋର୍ଟ । ମାମଲାରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କ ସହିତ ବୈଠକ କରି ଅକ୍ଟୋବର ୪ ସୁଦ୍ଧା ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ କ୍ଷମତାର ଖେଳରେ ଯୁବ ଡାକ୍ତରଙ୍କୁ ଫୁଟବଲ୍ ବନାନ୍ତୁ ନାହିଁ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।
ଅଚାନକ ସିଲାବସରେ ଏମିତି ପବିବର୍ତ୍ତନ ବିରୋଧରେ ୪୧ ପିଜି ଡାକ୍ତର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଏହି ପରିବର୍ତ୍ତନ ଜେନେରାଲ ମେଡିସିନ ବିଦ୍ୟାର୍ଥୀଙ୍କ ସପକ୍ଷରେ କରାଯାଇଥିବା ସେମାନେ ଯୁକ୍ତି ବାଢିଥିଲେ। ତୁରନ୍ତ ସିଲାବସ ପରିବର୍ତ୍ତନ ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେମାନେ ଆବେଦନରେ ନିବେଦନ କରିଛନ୍ତି।