(ଅରୁଣ କୁମାର ସାହୁ): ଆଜି ରାଜ୍ୟ ସରକାରଙ୍କ ନୂତନ ନିଯୁକ୍ତି ବନ୍ଦ ନିଷ୍ପତ୍ତିକୁ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବା ସମୟରେ ଏକ ବ୍ୟତୀକ୍ରମ ଦେଖିବାକୁ ମିଳିଛି । କଂଗ୍ରେସ ଭବନ ସମ୍ମୁଖରେ ହେଉଥିଲା ବିକ୍ଷୋଭ । ଦଳର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ଏହାର ନେତୃତ୍ୱ ନେଇଥିଲେ । କିନ୍ତୁ ବଡପାଟି କରି ସମସ୍ତଙ୍କୁ ଚୁପ କରାଉଥିବା ଶ୍ରୀ ରାଉତରାୟଙ୍କୁ ସେଠାରେ କାର୍ଯ୍ୟରତ ପୁଲିସ ଅଧିକାରୀ ଚୁପ କରାଇଦେଇଥିବା ଦେଖିବାକୁ ମିଳିଛି । କରୋନା ମହାମାରୀ ସମୟରେ ଏପରି ବିକ୍ଷୋଭକୁ ନେଇ ପୁଲିସ ଅଧିକାରୀ ଶ୍ରୀ ରାଉତରାୟଙ୍କୁ ପଢାଇଛନ୍ତି ଆଇନର ପାଠ ।