ସୁଶୀଲ କୁମାରଙ୍କ ଅତ୍ତାପତ୍ତା ପାଉନି ପୋଲିସ, ଏଲ୍‌ଓସି ଜାରି

ଅଲିମ୍ପିଆନ ସୁଶୀଲ କୁମାଙ୍କ ଅତ୍ତାପତ୍ତା ପାଉନି ପୋଲିସ । ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରଖିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଶେଷରେ ସୁଶୀଲଙ୍କ ନାମରେ ଲୁକ୍‌ଆଉଟ୍‌ ସର୍କୁଲାର (ଏଲ୍‌ଓସି) ଜାରି ହୋଇଛି ।

0

(ମୁମ୍ବାଇ) : ଅଲିମ୍ପିଆନ ସୁଶୀଲ କୁମାରଙ୍କ ଅତ୍ତାପତ୍ତା ପାଉନି ପୋଲିସ । ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରଖିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଶେଷରେ ସୁଶୀଲଙ୍କ ନାମରେ ଲୁକ୍‌ଆଉଟ୍‌ ସର୍କୁଲାର (ଏଲ୍‌ଓସି) ଜାରି ହୋଇଛି ।

ସୂଚନାନୁସାରେ . , ଗତ ମଙ୍ଗଳବାର ଦିନ ରାତିରେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ରେସଲର ସାଗର ଧଙ୍କଡ଼ଙ୍କୁ ପ୍ରବଳ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ସୁଶୀଲଙ୍କ ନାମରେ ରହିଛି । ସାଗର ହେଉଛି ଦିଲ୍ଲୀ ପୁଲିସର ଜଣେ ହେଡ୍‌ କନେଷ୍ଟବଳଙ୍କ ପୁଅ । ସେଦିନ ରାତିରେ ସୁଶୀଲ ଏବଂ ତାଙ୍କର ସାଥୀ ଧଙ୍କଡ୍‌ ଏବଂ ତାଙ୍କର ଦୁଇ ଜଣ ସାଥୀଙ୍କୁ ନିସ୍ତୁତ ମାଡ଼ ମାରିଥିଲେ ।