ସ୍ତ୍ରୀ, ଝିଅଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ନିଶାଗ୍ରସ୍ତ ସ୍ୱାମୀ

0

(ରିପୋର୍ଟସ ଟୁଡେ/ମଧୁସ୍ମିତା ତ୍ରିପାଠୀ): ପାରିବାରିକ କଳହର କରୁଣ ଚିତ୍ର । ପାରିବାରିକ କଳହ ଯୋଗୁଁ ଚାଲିଯାଇଛି ୩ ଜୀବନ । ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲାର ହଳିଦିଆ ଗାଁରେ ଦେଖିବାକୁ ମିଳିଛି । ନିଜ ସ୍ତ୍ରୀ ଓ ଦେଢ ବର୍ଷର କନ୍ୟା ସନ୍ତାନକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ମଦ୍ୟପ ସ୍ୱାମୀ ।
ହଳିଦିଆ ଗ୍ରାମରେ ଜଣେ ବ୍ୟକ୍ତି ତାର ସ୍ତ୍ରୀ ଓ ଶିଶୁ କନ୍ୟା ସହ ବସବାସ କରେ । ବ୍ୟକ୍ତି ଜଣକ ସବୁବେଳେ ନିଶାଶକ୍ତ ଅବସ୍ଥାରେ ରହୁଥିବାନେଇ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ମାଡପିଟ ହେଉଥିଲା । ଅଶାନ୍ତି କାରଣରୁ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ମଧ୍ୟ ଥିଲା । ଗତକାଲି କୌଣସି କାରଣରୁ ପୁଣି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇଯାଇଥିଲା ନିଶାଗ୍ରସ୍ତ ସ୍ୱାମୀ । ନିଜର ମାନସିକ ଭାରସାମ୍ୟ ହରାଇ ମା’ ଓ ପିଲାକୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି ! ପୋଲିସ ଘଟଣା ସ୍ଥଳରେ ପହଁଚିି ତଦନ୍ତ ଆରମ୍ଭ କରିଛି ।