ସ୍ୟାଣ୍ଡ ଆନିମେସନରେ ମାହିଙ୍କୁ ଜନ୍ମ ଦିନର ଶୁଭେଚ୍ଛା

0

(ଜୟନ୍ତ କୁମାର ସେଠୀ /ପୁରୀ): ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କର ଆଜି ଜନ୍ମ ଦିନ। ୭ ଜୁଲାଇ ୧୯୮୧ରେ ଝାଡ଼ଖଣ୍ଡର ରାଞ୍ଚିରେ ଧୋନୀ ଜନ୍ମ ଗ୍ରହଣ କରିଥିଲେ । ଆଜି ୩୯ ବର୍ଷ ବୟସରେ ଧୋନୀ ପଦାର୍ପଣ କରିଥିବା ବେଳେ ତାଙ୍କ ପ୍ରଶସକ ମହଲରୁ ଜନ୍ମ ଦିନର ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି । ପୁରୀରେ ମଧ୍ୟ ବିଶିଷ୍ଟ ବଲୁକା ଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନରେ ଧୋନୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେଇଛନ୍ତି ।