ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ସ୍ପିଡ ଫ୍ଲାଇଟରର ସଫଳ ପରୀକ୍ଷଣ

0

ନୂଆଦିଲ୍ଲୀ: ଭାରତ ସଫଳତାର ସହ ହାଇପରସୋନିକ ଟେକନୋଲୋଜି ଡେମନଷ୍ଟ୍ରେଟର ଭେହିକିଲ- ଏଚଏସଟିଡିଭିର ସଫଳ ପରୀକ୍ଷଣ କରିଛି। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରତିରକ୍ଷା ବୈଷୟିକ ଜ୍ଞାନର ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ତା’ଛଡ଼ା ସଶକ୍ତ ଭାରତ ଓ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଭଦ୍ରକର ଧାମରା ଅବଦୁଲ କଲାମ ଦ୍ବୀପରୁ ହାଇପରସୋନିକ ସ୍ପିଡ ଫ୍ଲାଇଟର ପରୀକ୍ଷା କରାଯାଇଛି।
ଡିଆର୍ଡିଗଓ ଏହି ମିଶନ ଜରିଆରେ ଏହାର ଉଚ୍ଚବୈଷୟିକ ଜ୍ଞାନ ସମ୍ପନ୍ନ କାର୍ୟ୍ୟଦକ୍ଷତାର ପରିଚୟ ଦେଇଛି। ଡିଆର୍ଡିଗଓ ଅଧ୍ୟକ୍ଷ ଏଥିପାଇଁ ସମସ୍ତ ବୈଜ୍ଞାନିକ, ଗବେଷକ ଓ ଏହା ସହ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଡିଆର୍ଡିହଓକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଶ୍ରୀ ସିଂହ କହିଛନ୍ତି।