ସ୍ୱର୍ଗଦ୍ୱାରକୁ ମନା କଲେ ବିରାଟ ଆନ୍ଦୋଳନ ହେବ: ସୁର

0

(ଅରୁଣ କୁମାର ସାହୁ): କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଆଜିଠାରୁ ପୁରୀ ବାହାର ମୃତକଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବଦାହ ମନା । ଏହା ଉପରେ ଜିଲ୍ଲା ପ୍ରଶାସନ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ନେଇ ଆଜି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି । ସ୍ୱର୍ଗଦ୍ୱାର ଓ ଜଗନ୍ନାଥ କେବଳ ପୁରୀବାସୀଙ୍କର ନୁହଁ, ଏହା ସମସ୍ତ ଓଡିଆଙ୍କର । ଏହାକୁ ବିରୋଧ କଲେ ବିରାଟ ଆନ୍ଦୋଳନ ହେବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି ।