(ସେଖ ଫାଇଜାନ କାଦରୀ /ଭଦ୍ରକ): ଭଦ୍ରକ ବ୍ଲକର ଚଣ୍ଡୀଗାଁ ଗାଣ୍ଡଗଡିଆ ଗ୍ରାମରେ ସ୍ତ୍ରୀ ଆଗରେ ସ୍ୱାମୀକୁ କେତେକ ଲୋକ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଗୁରୁତର ରତ୍ନାକର ରାଉତ ସଂପ୍ରତି କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ତ୍ରୀ ମନ୍ଦୋଦରୀ ରାଉତ ପରିବାରର ସୁରକ୍ଷା ଲାଗି ଗ୍ରାମାଞ୍ଚଳ ଥାନାରେ ଦେଇଛନ୍ତି ଏତଲା । ଏତଲା ଅନୁଯାୟୀ ଗତ, ୩ ତାରିଖରେ ଗାଁର କେତେକ ଲୋକ ମନ୍ଦୋଦରୀଙ୍କ ଘର ସାମ୍ନାରେ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଆରମ୍ଭ କରିଥିଲେ । ମନ୍ଦୋଦରୀ ଓ ତାଙ୍କ ସ୍ୱାମୀ ରତ୍ନାକର ବାହାରକୁ ଆସିବା ପରେ ସେମାନେ ମାରଣାସ୍ତ୍ରରେ ରତନାକରଙ୍କୁ ଆକ୍ରମଣ କରିଥିଲେ । ରତ୍ନାକରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପରେ ମନ୍ଦୋଦରୀ ଏଥିନେଇ ଗ୍ରାମାଞ୍ଚଳ ଥାନାରେ ରିପୋର୍ଟ କରିଛନ୍ତି । ପୁଲିସ ପକ୍ଷରୁ ଦଫା ୩୪୧,୩୨୩, ୩୨୫, ୩୦୭ ଓ ୩୪ରେ ଏକ ମାମଲା ରୁଜୁ କରାଯାଇଛି । କ୍ଷୀରୋଦ ମିଶ୍ର, ଭାଗିରଥୀ ଗୋଛାୟତ, ବିନୋଦ ନାୟକ, କୈଳାସ ନାୟକ. ତାପସ ନାୟକ, ଭରତ ସାମଲ ପ୍ରମୁଖଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୁଲିସ ତଦନ୍ତ ଜାରି ରଖିଛି ।