ଅପରାଧ ଓଡିଶା

ସ୍ୱାମୀକୁ ମାଡ, ପୋଲିସ୍ ବିରୋଧରେ ଅଭିଯୋଗ ଆଣିଲା ସ୍ତ୍ରୀ

(ମନିଲ କୁମାର ମହାରଣା) ଅନଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକରେ ପୋଲିସ୍ ଦାଦାଗିରି ଦେଖିବାକୁ ମିିଳିଛି । ତେବେ ଏନ.ଟି.ପି.ସି ଥାନା ଅନ୍ତର୍ଗତ ଗଦାଶିଳା ଗ୍ରାମର ରାଜକିଶୋର ସାହୁଙ୍କୁ ଥାନା ଆଇ. ଆଇ.ସି ମହୋସ୍ମିତା ପଣ୍ଡା ଥାନାରେ ମାଡ଼ ମାରି ଥିବାର ଅଭିଯୋଗ ହୋଇଛି ।
ଗତ ୧୦ ତାରିଖ ରାତିରେ ଆଇ.ଆଇ ସି. ଏବଂ ୪ ଜଣ ପୋଲିସ କର୍ମଚାରୀ ଘରୁ ତାଙ୍କୁ ଶୋଇଥିବା ବେଳେ ଉଠାଇ ନେଇଥିଲେ । ଏବ ଥାନାରେ ରଖି ଲୁହା ରଡ଼ ଏବଂ ଜୋତାରେ ଶରୀରର ବିଭିନ୍ନ ଅଂଶକୁ ପିଟି କ୍ଷତାକ୍ତ କରିଥିବାର ତାଙ୍କର ସ୍ତ୍ରୀ ସବିତା ଦାସ ଅଭିଯୋଗ କରିଛନ୍ତି । ଏହାପରେ ରାଜକିଶୋର ମେଡିକାଲରେ ନିଜର ଚିକତ୍ସା କରାଉଥିବାର ପ୍ରକାଶ କରିଛନ୍ତି ।
ଏ ବାବଦରେ ସବିତା ଅନୁଗୁଳ ଜିଲ୍ଲାପାଳ,ମାନବିକ ଅଧିକାର କମିଶନର,ଡି.ଜି.ପି,ତାଳଚେର ଏସ.ଡି.ପି.ଓ.ଙ୍କୁ ଜଣାଇ ଥିବାର କହିଛନ୍ତି । ତେବେ ଏ ସମ୍ପର୍କରେ ଆଇ.ଆଇ.ସି. କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ରାଜକିଶୋର ଏବଂ ସବିତା ମିଛ କହୁଛନ୍ତି ଏବଂ ସରିଆସୀସ ରୋଗରେ ଆକ୍ରାନ୍ତ ଯୋଗୁଁ ରାଜକିଶୋରଙ୍କ ଦେହରେ ଚିହ୍ନ ହୋଇଛି, ମାଡ଼ ଯୋଗୁଁ ଚିହ୍ନ ହୋଇନି ବୋଲି ସେ କହିଛନ୍ତି । ତେବେ ଏ ସମ୍ପର୍କରେ ତାଳଚେର ଏସଡିପିଓ କହିଛନ୍ତି, ଏହିଭଳି କିଛି ଅଭିଯୋଗ ଆସିଲେ ମୁଁ ଉଚିତ ତଦନ୍ତ କରିବି ।

Related posts

ହନିଟ୍ରାପ: ହାଡଡିସ୍କରେ ରହିଛିୁ ନେତା, ମନ୍ତ୍ରୀଙ୍କ କେଳେଙ୍କାରୀ

Report

ପାରାଦ୍ୱୀପରେ ପୁଷ୍ପ ପ୍ରଦର୍ଶନୀ

Report

ରାଜ୍ୟରେ ଆଉ ୧୬୫ କରୋନା ମାମଲା

Report

Leave a Comment