ହଟିଲେ ମନୋଜ,ଆଦେଶ ଗୁପ୍ତା ହେଲେ ଦିଲ୍ଲୀ ବିଜେପିର ନୂତନ ସଭାପତି

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କରୋନା ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ସଂଗଠନରେ ବଡ ପରିବର୍ତ୍ତନ କରିଛି। ଏଥିରେ ଦିଲ୍ଲୀ ସାଂସଦ ତଥା ଅଭିନେତା ମନୋଜ ତିଓ୍ଵାରୀଙ୍କୁ ଲାଗିଛି ବଡ ଝଟକା। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମନୋଜ ତିଓ୍ଵାରୀଙ୍କୁ ଦିଲ୍ଲୀ ରାଜ୍ୟ ବିଜେପି ସଭାପତି ପଦରୁ ହଟାଇ ଆଦେଶ ଗୁପ୍ତାଙ୍କୁ ନୂତନ ସଭାପତି କରିଛନ୍ତି । ଏହା ସହିତ ଛତିଶଗଡ ରାଜ୍ୟ ବିଜେପି ସଭାପତି ପଦରେ ବିଷ୍ଣୁଦେବ ସାୟଙ୍କୁ ନିଯୁକ୍ତ କରାଯାଇଛି। ମନୋଜ ତିଓ୍ଵାରୀଙ୍କୁ ପଦରୁ କଣ ପାଇଁ ହଟାଗଲା ଏହା ପଛର କାରଣ ସ୍ପଷ୍ଟ ହୋଇ ନାହିଁ। ଏହି ବିଷୟରେ ପାର୍ଟି ମହାସଚିବ ଅରୁଣ ସିଂହଙ୍କ ପକ୍ଷରୁ ଆନୁଷ୍ଠାନିକ ପତ୍ର ଜାରି କରାଯାଇଛି । ଏହା ବ୍ୟତୀତ ଛତିଶଗଡର ବିଜେପି ସଭାପତିଙ୍କୁ ମଧ୍ୟ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ବିଷ୍ଣୁଦେବ ସାଇଙ୍କୁ ରାଜ୍ୟ ସଭାପତି କରାଯାଇଛି । ମଣିପୁରରେ ଏକ ନୂତନ ରାଜ୍ୟ ସଭାପତି ମଧ୍ୟ ନିଯୁକ୍ତ ହୋଇଛନ୍ତି ।