ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ଭଳି ଲକ୍ଷଣ ଦେଖା ଦେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଜି ସମ୍ବିତ ପାତ୍ର କରୋନା ଭଳି କିଛି ଲକ୍ଷଣ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଚାଲିଛି ।

ସମ୍ବିତ ପାତ୍ର ଭାରତୀୟ ଜନତା ପାର୍ଟିର ମୁଖପାତ୍ର , ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଆସୁଥିବା ବିଜେପି ନେତା ସମ୍ବିତ ପାତ୍ର ୨୦୧୯ ଲୋକସଭା ନିର୍ବାଚନରେ ଓଡିଶାର ପୁରୀ ଆସନରୁ ପ୍ରାର୍ଥୀ ହୋଇଥିଲେ ।