ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

0

ଉଦଳା (ଦୀପକ ମିଶ୍ର ): ଶିମିଳିପାଳ ପାଦଦେଶରେ ଗୋରୁ ଚୋରାଇ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ଗୁରୁତର। ଉଦଳା ବନାଞ୍ଚଳ ଅଧିନସ୍ଥ ପାଟଶାଣି ପୁର ପଞ୍ଚାୟତର ହାତୀକଟ ଗ୍ରାମର ଚାରିଜଣ ଲୋକ ଗୋରୁ ଚୋରାଇ ଫେରୁଥିବା ବେଳେ ହାତୀ ଆକ୍ରମଣରେ କେଶରାଏ (ଦାଡିଆ) ସିଂ ହାତୀ ସହିତ ମୁହାଁ ମୁହିଁ ହୋଇଥିଲା ।କେଶରାଏ ପାଟି କରିବାରୁ ନିକଟରେ ଥିବା ଅନ୍ୟ ଲୋକମାନେ ଦଉଡି ଆସିବାରୁ ହାତୀ ଛାଡି ଚାଲିଯାଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିର ପେଟ ଫାଟିଯାଇ ଅନ୍ତନଳୀ ପଦାକୁ ବାହାରି ଆସିଛି । ତେବେ ଏଭଳି ଏକ ଖବର ସାରା ଅଞ୍ଚଳରେ ଏକ ଦୁଃଖ ର ବିଷୟ ପାଲଟିଛି l