ହାୱାଇ ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

0

(ଖଗେଶ୍ୱର ପିଙ୍ଗୁଆ)ପାଲଲହଡା: ଆଜି କଣିହାଁ ବ୍ଳକ ରେଙ୍ଗାଳି ଥାନା ବାଲିପସି ଗ୍ରାମରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।
ସୂଚନାନୁସାରେ ଆଜି ସକାଳେ କଣିହାଁବ୍ଲକ ରେଙ୍ଗାଳି ଥାନା ବାଲିପସି ଗ୍ରାମରେ ଜଣେ ବୃଦ୍ଧ ଶୌଚ ହେବାକୁ ଯାଉଥିବାବେଳେ ହାୱାଇ ଟ୍ରକ ଧକ୍କା ରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବାଲିପସି ଗ୍ରାମର ଗଣେଶ୍ୱର ସାମଲ(୭୮) । ତେବେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବା ପାଇଁ ସ୍ଥାନୀୟ ଲୋକେ ୫୩ନଂ ଜାତୀୟ ରାଜପଥ ଅବରୋଧକରିଛନ୍ତି । ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ôଚ ତଦନ୍ତ ଜାରି ରଖିଛି।