(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଞ୍ଜାମ ଜିଲ୍ଲାରେ ଗାଁ ଗାଁରେ ଘନଉଛି କରୋନା ଭୁତାଣୁ ସଂକ୍ରମଣ । ରାଜ୍ୟରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏକଦା ଗ୍ରୀନ୍ ଜୋନରେ ରହିଥିବା ଗଞ୍ଜାମ ଜିଲ୍ଲା ପ୍ରବାସୀ ମାନଙ୍କ ଫେରିବା ପରେ ରୋଡ଼୍ ଜୋନରେ ପରିଣତ ହୋଇଛି । ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହାର ଉଚିତ ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେବା ପରେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଗତକାଲି ଏକ ଭ୍ରାମ୍ୟମାଣ କୋଭିଡ଼-୧୯ ସ୍ୱାବ ସଂଗ୍ରହ ଗାଡ଼ି ହିଞ୍ଜିଳିରେ ପଂହଚିଛି । ସ୍ଥାନୀୟ ବ୍ଳକ ଦୁର୍ବନ୍ଧ ପଂଚାୟତରେ ସ୍ୱାବ ସଂଗ୍ରହ ଗାଡ଼ି ପଂହଚିବା ପରେ ସଂପୃକ୍ତ ଗ୍ରାମର କରୋନା ଲକ୍ଷଣ ଥିବା ବହୁ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ଆଗାମୀ ଦିନରେ ସ୍ଥାନୀୟ ବ୍ଳକର ଅତ୍ୟଧିକ କରୋନା ପ୍ରବଣ ଅଂଚଳକ ଯାଇ ସ୍ୱାବ ସଂଗ୍ରହ କରାଯିବ । କରୋନା ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ମାନେ ଏଣିକି ମେଡ଼ିକାଲକୁ ଆଉ ଯିବାକୁ ପଡ଼ିବ ନାହିଁ । ଭ୍ରାମ୍ୟମାଣ ଗାଡ଼ି ସହାୟତାରେ ଲୋକମାନଙ୍କ ସ୍ୱାବ ସଂଗ୍ରହ କରି ନିଜ ପଂଚାୟତରେ ହିଁ ପରୀକ୍ଷା କରାଯିବ ବୋଲି ବିଡ଼ିଓ କହିଛନ୍ତି । ଉକ୍ତ କାର୍ୟ୍ୟକ୍ରମରେ ବିଡ଼ିଓ ପ୍ରସନ କୁମାର ପାତ୍ର, ସରଂପଚ ରଞ୍ଜୁ ବେହେରା, ରାମହରି ଶର୍ମା, ମେଡ଼ିକାଲ ଭାରପ୍ରାପ ଅଧିକାରୀ, ମେଡ଼ିକାଲ ସୁପର ଭାଇଜର, ଏଏନଏମ, ସ୍ୱାସ୍ଥ୍ୟ କର୍ମୀ ଓ ଲେବ୍ରୋଟେରୀ ଟେକ୍ନସିୟାନ ପ୍ରମୁଖ ଉପସ୍ଥିତ ଥିଲେ ।