ୟୁକ୍ରେନରୁ ଉଦ୍ଧାର ହେଲେ ୬୫ ଓଡିଆ ଛାତ୍ର

0

ଓଡିଶା : ଯୁଦ୍ଧ ଅଞ୍ଚଳ ଖାରକିଭ ଓ ପେସୋଚିନରେ ଏବେ ଯାଏ ଫସି ରହିଛନ୍ତି ଅନେକ ଓଡିଆ ଛାତ୍ରଛାତ୍ରୀ । ରାଜ୍ୟ ସରକାର ସେମାନଙ୍କୁ ଉଦ୍ଧାର କରିବାକୁ ଜାରିରଖିଛନ୍ତି ଜୋରଦାର ଉଦ୍ୟମ । ଖାରକିଭ ଓ ପିସୋଚିନ ଅଞ୍ଚଳରେ ତିନିଦିନ ହେଲା ଅଟକି ରହିି ଭିଷଣ ସମସ୍ୟାର ସମ୍ମୁଖୀନ ହୋଉଛନ୍ତି ଓଡିଆ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ ୨ଟି ସ୍ୱତନ୍ତ୍ର ବସ୍‌ରେ ୟୁକ୍ରେନରୁ ନିରାପଦ ଭାବେ ଫେରାଇ ଆଣିଛନ୍ତି ସରକାର । ସେହି ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବାକୁ ଜୋରଦାର ପ୍ରୟାସ ଜାରି ରହିଛି । ତେବେ ଏପର୍ଯ୍ୟନ୍ତ ୧୯୯ ଛାତ୍ରଛାତ୍ରୀ ନିରାପଦ ଭାବେ ଫେରି ଆସିଛନ୍ତି । ଦିଲ୍ଲିରେ ଥିବା ରେସିଡେଣ୍ଟ କମିସନ ଅଫିସ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଆସୁଛି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ ଜଣ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ସମନ୍ୱୟ ରଖିବା ପାଇଁ ଦାୟୁତ୍ୱ ଦେଇଛନ୍ତି ।