ୟେମେନ ଏୟାର ଷ୍ଟ୍ରାଇକକୁ ଜାତିସଂଘର ନନ୍ଦା

0

ନୂଆଦିଲ୍ଲୀ: ୟେମେନରେ ସାଉଦି ମେଣ୍ଟର ଏୟାର ଷ୍ଟ୍ରାଇକକୁ ଜାତିସଂଘର ନିନ୍ଦା । ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଏହି ଏୟାର ଷ୍ଟ୍ରାଇକରେ ୭୦ ଜଣ ବିଦ୍ରୋହୀ ପ୍ରାଣ ହରାଇଛନ୍ତି । ଏୟାର ଷ୍ଟ୍ରାଇକ ହାଉଥି ଅଞ୍ଚଳରେ ଥିବା ଏକ ଜେଲରେ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ ଶିଶୁ ମଧ୍ୟ ରହିଛନ୍ତି । ଏହି ଆକ୍ରମଣରେ ଶତାଧିକ ଗୁରୁତର ହୋଇଥିବା ସ୍ଥାନୀୟ ମିଡିଆ ରିପୋର୍ଟରୁ ଖବର ରହିଛି । ଏହି ଆକ୍ରମଣରେ ୟେମେନର ଇଣ୍ଟରନେଟ ସେବା ବ୍ୟାହତ ହୋଇଛି ।
ଗୁଟେରସ କହିଛନ୍ତି, ଯୁଦ୍ଧ ଓ ହିଂସା ବନ୍ଦ ହେବା ଦରକାର । ଏହି ଆକ୍ରମଣକୁ ସେ ଦୃଢଭାବେ ନିନ୍ଦା କରୁଛନ୍ତି । ଜେଲ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୂର୍ବରୁ ମଧ୍ୟ ସାଉଦି ଆରବର ମେଣ୍ଟ ଅନେକ ଥର ୟେମେନ ହାଉଥି ଉପରେ ଆକ୍ରମଣ କରିଛି ।