(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବ୍ରିଟେନରେ ଏକ ବହୁ ପୁରାତନ କବରସ୍ତାନକୁ ରେଳଷ୍ଟେଶନ କରାଯି । ଏହ କବରସ୍ତାନଟି ୨୦୯ ବର୍ଷ ପୁରୁଣା । କିନ୍ତୁୁ ଗତ ୪୬ ବର୍ଷ ହେବ ଏଠାରେ କାହାରି ସମାଧି ହୋଇନାହିଁ । ଏବେ ଏହି ସ୍ଥାନଟି ଖାଲି ପଡିଛି । ତେଣୁୁ ସେଠାକାର ସରକାର ସେହି କବରସ୍ଥଳକୁୁ ରେଳ ଷ୍ଟେଶନ କରିବାକୁ ଯାଉଛନ୍ତି । କବରସ୍ଥଳ ୧୮୧୦ରେ ନିର୍ମାଣ ହୋଇଥିଲା । ଏଠାରେ ହଜାର ହଜାର ସଂଖ୍ୟକ ଲୋକଙ୍କୁ କବର ଦିଆଯାଇଛି । ତେଣୁ ଏହାକୁ ଷ୍ଟେସନ କରିବା ପୂର୍ବରୁ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ଖୋଦନ କରି ଏହା ଷ୍ଟେସନ ପାଇଁ ଉପଯୋଗୀ ହେବ କି ନାହିଁ । ଏଠାରୁ ୬ ହଜାର ୫୦୦ ମଣିଷ କଙ୍କାଳ ବାହାର କରାଯିବ ।