Reporters Today
  • Home
  • ଓଡିଶା
  • ୨୧ ବର୍ଷ ମୁଖ୍ୟମନ୍ତ୍ରୀତ୍ବ: ପ୍ରଥମ ଶପଥ ମାର୍ଚ୍ଚ ୫ ୨୦୦୦
ଓଡିଶା

୨୧ ବର୍ଷ ମୁଖ୍ୟମନ୍ତ୍ରୀତ୍ବ: ପ୍ରଥମ ଶପଥ ମାର୍ଚ୍ଚ ୫ ୨୦୦୦

ଗଞ୍ଜାମ/ହରପ୍ରସାଦ ବିଷୋୟୀ: ଓଡିଶା ରାଜନୀତି କେବଳ ନୁହଁ ଦେଶର ରାଜନୀତିରେ ନୂଆଁ ଅଧ୍ୟାୟ ସୃଷ୍ଟି କରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ବର ୨୧ ବର୍ଷରେ ପଂହଁଚି ଛନ୍ତି । ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ଆଜିର ଦିନରେ ଓଡିଶା ରାଜ ନୀତିରେ ଆକାଶରେ ନୂତନ ସୂର୍ୟ୍ୟ ଭାବେ ନବୀନ ଉଦଭାସିତ ହୋଇଥିଲେ । ମୁଖ୍ୟମନ୍ତ୍ରୀତ୍ବର ୨୦ ବର୍ଷ ପୁରୀ ୨୧ ବର୍ଷ ଆରମ୍ଭ ହୋଇଛି । ନବୀନ ଆଜି ସାରା ଦେଶରେ ନଂ ୧ । ଭାରତ ବର୍ଷରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଯେ ନବୀନଙ୍କ ବ୍ୟତୀତ ଯେ ଆଉ କେହି ନଥିଲେ ତା ନୁହେଁ । କିନ୍ତୁ ଆଜି କେହି ନାହାନ୍ତି । ଆଜି ସାରା ଦେଶରେ ନବୀନ ହେଉଛନ୍ତି ଏକ ମାତ୍ର ନେତା ବା ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଅଛନ୍ତି । ଆଗକୁ ରହିବାର ଜନ ମତ ରହିଛି । ନବୀନଙ୍କ ପରି ସଫଳ ମୁଖ୍ୟମନ୍ତ୍ରୀତ୍ବର ଅଧିକାରୀ ଆଜିର ଦିନରେ ଦେଶରେ ଆଉ କେହି ନାହାନ୍ତି ।  ଯିଏ ଅଛନ୍ତି ତାଙ୍କ ତଳେ । ରାଜନୀତି ରେକର୍ଡ କହୁଛି ସିକିମର ମୁଖ୍ୟମନ୍ତ୍ରୀ ପଦରେ ପବନ କୁମାର ଚାମଲିଂ ସର୍ବାଧିକ ୨୪ ବର୍ଷ ୧୬୫ ଦିନ ବସିଥିଲେ । ୧୯୯୪ ମସିହା ଡିସେମ୍ବର ୧୨ ରୁ ୨୦୧୯ ମସିହା ମେ ୨୬ ପର୍ୟ୍ୟନ୍ତ ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ରଚିଥିଲା । ତାଙ୍କ ତଳକୁ ଥିଲେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ । ସେ ୧୯୯୭ ମସିହା ଜୁନ ୨୧ ତାରିଖରୁ ୨୦୦୦ ମସିହା ନଭେମ୍ବର ୫ ତାରିଖ ପର୍ୟ୍ୟନ୍ତ ୨୩ ବର୍ଷ ୧୩୭ ଦିନ ମୁଖ୍ୟମନ୍ତ୍ରୀ ଆସନରେ ଆସୀନ ଥିଲେ । ତାଙ୍କ ପରେ ଥିଲେ ଅରୁଣାଚଳ ପ୍ରଦେଶର ଗେଗଙ୍ଗ ଆପଙ୍ଗ । ଗେଗଙ୍ଗ ଆପଙ୍ଗ,ପବନ କୁମାର ଚାମଲିଂ ଓ ଜ୍ୟୋତି ବସୁଙ୍କ ପରି ନିରନ୍ତର ମୁଖ୍ୟମନ୍ତ୍ରୀ ପଦରେ ନଥିଲେ । ଦୁଇ ଥରରେ ସେ ୨୨ ବର୍ଷ ୮ ମାସ ୫ ଦିନ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ତଳକୁ ମିଜୋରାମର ଲାଲ ଥାନାୱାଲା ୫ ଥରରେ ୨୧ ବର୍ଷ ୫୫ ଦିନ ମୁଖ୍ୟମନ୍ତ୍ରୀତ୍ବ ପୂର୍ଣ୍ଣ କରିଥିଲେ ଏବଂ ତାଙ୍କ ତଳକୁ ହିମାଞ୍ଚଳପ୍ରଦେଶର ବୀରଭଦ୍ର ସିଂ ସେହିଭଳି ୫ ଥରରେ ୨୧ ବର୍ଷ ୧୧ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶାସନରେ ରହିଥିଲେ । ନବୀନଙ୍କ କଥା କିନ୍ତୁ ଭିନ୍ନ ।ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ତାଲିକାରେ ଯଦିଓ ୬ ନଂରେ ନବୀନ ଅଛନ୍ତି କିନ୍ତୁ ପବନ କୁମାର ଚାମଲିଂ ଓ ଜ୍ୟୋତି ବସୁଙ୍କ ପରେ ସେ ହେଉଛନ୍ତି ନିରନ୍ତର ମୁଖ୍ୟମନ୍ତ୍ରୀ ।

Related posts

କର୍ତ୍ତବ୍ୟ ସହ ମାନବିକତା ଦେଖାଇଲେ ସ୍ୱର୍ଣ୍ଣଲତା

Report

ଅନୁଗୋଳ ଏସପିଙ୍କୁ ଭେଟିଲେ ଯୁବ ସ୍ବେଚ୍ଛାସେବୀ ସଂଗଠନ

Report

ହଜିଗଲା ମାନବିକତା, ସାଇକେଲରେ ବୁହା ହେଲା ଶବ

Report

Leave a Comment