୨୩ରୁ ୨୭ମଧ୍ୟରେ ରାଜଧାନୀରେ ବର୍ଷିବ ନିଆଁ

0

(ମମତା ସାମଲ)ରିପୋର୍ଟସଟୁଡେ: ତାତିରେ ଜଳୁଛି ରାଜଧାନୀ ଭୁବନେଶ୍ୱର । ଫନି ପରେ ରାଜଧାନୀର ପାରଦ ୪୦ଡିଗ୍ରୀ ଟପି ନଥିଲା । ଗତ ଦୁଇ ସପ୍ତାହ ହେଲା ପାରଦ ୩୪ରୁ ୩୭ ଡିଗ୍ରୀ ମଧ୍ୟରେ ରହୁଥିଲା । ସବୁଜିମା ହରାଇଥିବା ରାଜଧାନୀରେ ପ୍ରବଳ ତାତି ଅନୁଭୂତ ହେଉଛି । କିନ୍ତୁ ଆଜି ପାରଦ ୪୦ଡିଗ୍ରି ଟପିଛି। ଶୁକ୍ରବାର ରାଜଧାନୀରେ ତାତି ୩୭.୪ଡିଗ୍ରି ରେକର୍ଡ ହୋଇଥିବାବେଳେ ଆଜି ୪୦.୨ ଡିଗ୍ରି ରେକର୍ଡ ହୋଇଛି। ଦିନକରେ ପ୍ରାୟ ୩ଡିଗ୍ରି ବଢ଼ିଯାଇଛି। ହଠାତ୍ ପାରଦ ତିନି ଡିଗ୍ରି ବଢ଼ିଯିବାରୁ ଲୋକ ଗରମରେ ହନ୍ତସନ୍ତ ହେଉଛନ୍ତି। ଫନିରେ ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଥିଲା । ଯାହାଫଳରେ ରାଜଧାନୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫନି ପରେ ରାଜଧାନୀରେ ଗଛ ଛାଇ ହଜି ଯାଇଥିବାରୁ ଲୋକମାନେ ବ୍ରିଜ୍ ତଳେ, ବିଭିନ୍ନ ଦୋକନ ନିକଟରେ, ସରକାରୀ ଓ ବେସରକାରୀ କାର‌୍ୟ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଇ ଖରାରୁ ଟିକେ ଆଶ୍ବସ୍ତି ପାଇଥିଲେ ।

ଏପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ତାତି ଆହୁରି ବଢ଼ିବ। ୨୦ରୁ ଯଦିଓ କିଛି ମାତ୍ରାରେ ତାତି କମିବ କିନ୍ତୁ ୨୩ପରେ ସ୍ଥିତି ଅସମ୍ଭାଳ ହେବ। ୨୩ରୁ ୨୭ ତ ଲୋକ ଗରମରେ ସିଝିବେ। ଏହି ସମୟରେ ପାରଦ ଉପରମୁହାଁ ହୋଇ ୪୩ଡିଗ୍ରି ଛୁଇଁପାରେ ।

ଯଦି ଏହି ପୂର୍ବାନୁମାନ ସତ ହେଲା ତେବେ ରାଜଧାନୀରେ ଅଂଶୁଘାତ ପରିସ୍ଥିତି ହେବା ଥୟ।